କଂକ୍ରିଟ ପିଲର ତଳେ ଚାପି ହୋଇଗଲେ ଶ୍ରମିକ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଅଙ୍ଗାରଗଡ଼ିଆ ନିକଟରେ ଚାଲିଥିବା ନିର୍ମାଣାଧୀନ ରେଲୱେ ବ୍ରିଜରେ ଅଘଟଣ ଘଟିଛି। କଂକ୍ରିଟ ବିମ୍‌ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଜଣଙ୍କ ହେଲେ ସୋନା ସୋରେନ। ତାଙ୍କ ଘର ଟେଲଙ୍ଗାସାହି ବୁଲନବସାରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସୋନା ଏକ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଶ୍ରମିକଜଣକ ପିଲର ତଳେ ଚାପି […]

balasore00

balasore00

Tapaswini Nayak
  • Published: Thursday, 25 June 2020
  • Updated: 25 June 2020, 11:44 AM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଅଙ୍ଗାରଗଡ଼ିଆ ନିକଟରେ ଚାଲିଥିବା ନିର୍ମାଣାଧୀନ ରେଲୱେ ବ୍ରିଜରେ ଅଘଟଣ ଘଟିଛି। କଂକ୍ରିଟ ବିମ୍‌ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଜଣଙ୍କ ହେଲେ ସୋନା ସୋରେନ। ତାଙ୍କ ଘର ଟେଲଙ୍ଗାସାହି ବୁଲନବସାରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସୋନା ଏକ ଟ୍ରାକ୍ଟରରେ ଏକ କଂକ୍ରିଟ ପିଲରକୁ ନେଇ ଅନ୍ୟ ସ୍ଥାନକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଶ୍ରମିକଜଣକ ପିଲର ତଳେ ଚାପି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା। ସହଦେଵଖୁଣ୍ଟା ପୁଲିସ୍ ଓ ଜିଆରପି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos