ଖୋଲାମେଲାରେ ସ୍କୁଲରେ କେମିତି ହେବ ପରିବା ଚାଷ ?

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ବିଦ୍ୟାଳୟରେ ହେବ ପୌଷ୍ଟିକ ବଗିଚା। ଏଥିରୁ ଉତ୍ପାଦନ ହେବାକୁ ଥିବା ପନିପରିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର ହେବ। ଏଥିପାଇଁ କୋରାପୁଟ ଜିଲ୍ଲାର ୨୨୨୨ ବିଦ୍ୟାଳୟ ପାଇଁ  ସହାୟତା ରାଶି ଆସିଗଲାଣି । ଏହି ବିଦ୍ୟାଳୟଗୁଡିକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ପୌଷ୍ଟିକ ବଗିଚା ପାଇଁ କାମ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ବିଦ୍ୟାଳୟଗୁଡିକରେ ଥିବା ଦୁର୍ବଳ ଭିତ୍ତିଭୂମି ଏହି ପୌଷ୍ଟିକ ବଗିଚାର ସଫଳତା ଉପରେ ପ୍ରଶ୍ନବାଚୀ […]

790-90

790-90

Tapas Behera
  • Published: Wednesday, 25 November 2020
  • Updated: 25 November 2020, 06:56 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ବିଦ୍ୟାଳୟରେ ହେବ ପୌଷ୍ଟିକ ବଗିଚା। ଏଥିରୁ ଉତ୍ପାଦନ ହେବାକୁ ଥିବା ପନିପରିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର ହେବ। ଏଥିପାଇଁ କୋରାପୁଟ ଜିଲ୍ଲାର ୨୨୨୨ ବିଦ୍ୟାଳୟ ପାଇଁ  ସହାୟତା ରାଶି ଆସିଗଲାଣି । ଏହି ବିଦ୍ୟାଳୟଗୁଡିକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ପୌଷ୍ଟିକ ବଗିଚା ପାଇଁ କାମ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ବିଦ୍ୟାଳୟଗୁଡିକରେ ଥିବା ଦୁର୍ବଳ ଭିତ୍ତିଭୂମି ଏହି ପୌଷ୍ଟିକ ବଗିଚାର ସଫଳତା ଉପରେ ପ୍ରଶ୍ନବାଚୀ ଲଗାଇଛି।

ବିଦ୍ୟାଳୟଗୁଡିକରେ ପୌଷ୍ଟିକ ବଗିଚା କରାଯିବା ନେଇ ସରକାରୀ ନିର୍ଦେଶ ମିଳିବା ପରେ କୋରାପୁଟ ଜିଲ୍ଲାରେ ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପୌଷ୍ଟିକ ବଗିଚା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ସହାୟକ ହୋଇ ପାରିବ। ପୌଷ୍ଟିକ ବଗିଚାରୁ ମିଳିବାକୁ ଥିବା ପନିପରିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର ହେବ। ଫଳରେ ପିଲାମାନେ ଅଧିକ ପୁଷ୍ଟିକର ଖାଦ୍ୟ ପାଇପାରିବେ। ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ୨୨୨୨ ବିଦ୍ୟାଳୟକୁ ଏଥିପାଇଁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି। ଏଥିନେଇ ସରକାରଙ୍କ ପାଖରୁ ଅନୁଦାନ ଆସିବା ପରେ ବିଦ୍ୟାଳୟଗୁଡିକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଏହି ଟଙ୍କାରେ ଚାଷ ଉପକରଣ କିଣା ଯିବ। ଏହା ସହ ବଗିଚା କାମରେ ମଧ୍ୟ ଟଙ୍କା ଖର୍ଚ୍ଚ କରାଯାଇପାରିବ। ଏହି ବଗିଚା କାମ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡିକରେ କଦଳୀ, ସଜନା, ଅମୃତଭଣ୍ଡା, ଲେମ୍ବୁ ଓ ଅନ୍ୟ ପନିପରିବା ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟବହାର ହୋଇ ପାରୁଥିବା ପନିପରିବା ଚାଷ ପାଇଁ ଗୁରୁତ୍ୱ ଦେବାକୁ କହିଛି ଶିକ୍ଷା ବିଭାଗ। ଏପରିକି ଏଥିନେଇ କାମ ଆରମ୍ଭ କରିବା ପାଇଁ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟ ହତା ଭିତରେ ଏହି ପୌଷ୍ଟିକ ବଗିଚା ରହିବ। ବିଦ୍ୟାଳୟଗୁଡିକରେ ଏହି ପୌଷ୍ଟିକ ବଗିଚା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସହଯୋଗ ନିଆଯିବ।  ଆବଶ୍ୟକ ସ୍ଥଳେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ଲୋକମାନେ ମଧ୍ୟ ଏହି ବଗିଚା କାମରେ ସହଯୋଗ କରିପାରିବେ।

ପୌଷ୍ଟିକ ବଗିଚାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲାବେଳେ ଏହାର ସଫଳତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଏହା ପଛରେ ମୁଖ୍ୟ କାରଣ ରହିଛି ଦୁର୍ବଳ ଭିତ୍ତିଭୂମି। କୋରାପୁଟ ଜିଲ୍ଲାରେ ପାହାଡିଆ ଜାଗାରେ ଏହି ପୌଷ୍ଟିକ ବଗିଚା କେତେ ସଫଳ ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ଏଠାରେ ବିଦ୍ୟାଳୟଗୁଡିକ ଗାଁ ମୁଣ୍ଡରେ ରହିଥିଲାବେଳେ ବହୁ ବିଦ୍ୟାଳୟ ପରିସରରେ ସମତଳ ଜମି ନାହିଁ। ପୁଣି ବିଦ୍ୟାଳୟଗୁଡିକରେ ପାଚେରୀ କରାଯାଇନି। କିଛି ବିଦ୍ୟାଳୟରେ ପାଣିର ସୁବିଧା ନାହିଁ। ଏହି ପୌଷ୍ଟିକ ବଗିଚା କରିବା ପାଇଁ କିଛି ବିଦ୍ୟାଳୟର ଜାଗାର ମଧ୍ୟ ଅଭାବ ରହିଛି। ତେଣୁ କୋରାପୁଟ ପରି ପାହାଡିଆ ଜିଲ୍ଲାରେ ଏହି ଯୋଜନାର ସଫଳତା ଉପରେ ସନ୍ଦେହ ଦେଖାଦେଲାଣି। ସେହିପରି  ଅଧିକାଂଶ ବିଦ୍ୟାଳୟରେ ଚଳ ପ୍ରଚଳ ହେବା ପାଇଁ ସ୍ଥାନର ଅଭାବ ରହିଛି ଓ ଜାଗା ଥିବା ସ୍ଥାନରେ ପାଚେରୀ ଓ ଫାଟକ ଏବଂ ଜଳ ର ସୁବିଧା ନାହିଁ । ସେଠାରେ ବଗିଚା କରି ପରିବା ଉତ୍ପାଦନ କରିବା କେତେଦୂର ସମ୍ଭବ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଧିକାଂଶ ବିଦ୍ୟାଳୟରେ ଶିକ୍ଷାକଙ୍କ ଘୋର ଅଭାବ ରହିଥିବା ବେଳେ ଏହାର ଦାୟିତ୍ୱ  କିଏ ଓ କିପରି ନେଇପାରିବେ ତାହା ମଧ୍ୟ ଚିନ୍ତାର ବିଷୟ ପାଲଟିଛି ।

ବିଶେଷଜ୍ଞଙ୍କ ମତରେ କୋରାପୁଟ ଜିଲ୍ଳାରେ ବିଦ୍ୟାଳୟଗୁଡିକରେ ଆଗ ଭିତ୍ତିଭୂମି ସଜାଡିବାକୁ ପଡିବ। ପରେ ପୌଷ୍ଟିକ ବଗିଚା ଉପରେ ଫୋକସ କଲେ ଯାଇ ଏହା ସଫଳ ହୋଇ ପାରିବ। ନ ହେଲେ ଏହି ଯୋଜନା ଏଠାରେ ବିଫଳ ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story