ନୂଆଦିଲ୍ଲୀରେ ଲଳିତକଳା ଏକାଡେମୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଲଳିତକଳା ଏକାଡେମୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଏପରି ପ୍ରଦର୍ଶନୀ ଦ୍ୱାରା ଓଡ଼ିଶାର ପରମ୍ପରା, କଳା, ସଂସ୍କୃତି ଓ ପେଣ୍ଟିଂକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହନ ମିଳିବ ବୋଲି ବୈଜୟନ୍ତ କହିଛନ୍ତି।

ପ୍ରଦର୍ଶନୀରେ ଚିତ୍ରଶିଳ୍ପୀ ଅମରେନ୍ଦ୍ର ମହାରଣା, ଅନିଲ ରାୟ, ବନୋଜ ମହାନ୍ତି, ଚିରଞ୍ଜୀବ ପଣ୍ଡା, ଦୀନବନ୍ଧୁ ମାରାଣ୍ଡି, ନିରାକାର ଚୌଧୁରୀ, ରାଜେଶ ପଟ୍ଟନାୟକ ଏବଂ ସୁଶାନ୍ତ କୁମାର ପଣ୍ଡାଙ୍କ ଆର୍ଟ ପ୍ରଦର୍ଶନ କରାଯାଇଥିଲା।