ଲମତାପୁଟ ବିଡିଓଙ୍କୁ ଆକ୍ରମଣ ଘଟଣା: ୫ ଗିରଫ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲାର ସମସ୍ତ ବିଡିଓ  

କୋରାପୁଟ: ଲମତାପୁଟ ବ୍ଲକ୍ ବିଡିଓଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲାର ସମସ୍ତ ବିଡିଓ। ଏ ନେଇ ସେମାନେ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ସେପଟେ ଗତକାଲି କଂଗ୍ରେସ ବିକ୍ଷୋଭ ବେଳେ ବିଡିଓଙ୍କୁ ଆକ୍ରମଣ ସହ ବ୍ଲକ୍ ଭଙ୍ଗାରୁଜା କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ମାଛକୁଣ୍ଡ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଛି ବିଜେଡି। ଗତକାଲି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ କଂଗ୍ରେସର ଘେରାଉ ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀମାନେ ବ୍ଲକର ଆସବାବପତ୍ର ଭଙ୍ଗ।ରୁଜା କରିବା ସହ ବିଡିଓଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।