ଲମତାପୁଟ: ବହୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କଲା ବିଏସ୍‌ଏଫ୍

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ ପରବେଡା-ପାଙ୍ଗିପୁଟ ଜଙ୍ଗଲରୁ ବିଏସ୍‌ଏଫ୍‌ ଯବାନ ବହୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ମାଟି ତଳେ ପୋତା ଯାଇଥିବା ବ୍ୟାଗ୍‌ରୁ ୪୩ଟି ଇଲେକଟ୍ରିକ୍‌ ଡିଟୋନେଟର, ୧୯ଟି ଜିଲଟିନ୍‌ ଷ୍ଟିକ୍ ଓ ଦୁଇଶହ ଗ୍ରାମ୍  ଗନ୍ ପାଉଡର୍ ଜବତ କରିଛି। ଏହାସହିତ ମାଓ ପୋଷାକ ମଧ୍ୟ ଜବତ ହୋଇଛି।

ଗତକାଲି ରାତିରେ ବିଏସ୍‌ଏଫ୍ ଯବାନମାନେ କମ୍ୱିଂ ଅପରେସନ୍ କରିବା ସମୟରେ ମାଟି ତଳେ ପୋତା ଯାଇଥିବା ବ୍ୟାଗ୍‌କୁ ଉଦ୍ଧାର କରିଥିଲେ।