ଲାଞ୍ଚ ନେଇ ବ୍ୟାଙ୍କ ମ୍ୟାନେଜର ଗିରଫ

କୁଚିଣ୍ଡା: ୧୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ କୁଚିଣ୍ଡା ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଆଜି ଗିରଫ କରିଛନ୍ତି। ଗିରଫ ମ୍ୟାନେଜର ହେଲେ ମାନସ ରଞ୍ଜନ ପଣ୍ଡା।

ବକେୟା ଶସ୍ୟବୀମା ଟଙ୍କା ପ୍ରଦାନ ପାଇଁ ଜଣେ ଚାଷୀଙ୍କ ପାଖରୁ ମାନସ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗରଫ କରିଥିଲେ। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମାନସଙ୍କ କୁଚିଣ୍ଡା ଓ ସଦେଇପାଲରେ ଥିବା ଶ୍ୱଶୁର ଘରେ ଚଢାଉ କରାଯାଇଛି।