ଲାଉଡି ଗାଁରେ ହୋଇପାରେ ଆଇଜର ସ୍ଥାୟୀ କ୍ୟାମ୍ପସ୍

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲଉଡ଼ି ଗାଁରେ ଇଣ୍ଡିଆନ୍ ଇନଷ୍ଟଇଚ୍ୟୁଟ ଅଫ୍ ସାଇନ୍ସ ଏଜୁକସନ୍ ଆଣ୍ଡ ରିସର୍ଚ୍ଚ ବା ଆଇଜର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ହେବା ଏକରକମ ନିଶ୍ଚିତ ହୋଇଛି। ଲଉଡ଼ି ଗାଁ ଓ ପାଲୁର ହିଲରେ ସ୍ଥାୟୀ କ୍ୟାମ୍ପସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସ୍ଥାନ ପରିଦର୍ଶନ ଲାଗି ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି କେବଳ ଲଉଡ଼ି ଗାଁକୁ ଯାଇଥିଲା। କ୍ଷେତ୍ର ପରିଦର୍ଶନ ପରେ ରାଜ୍ୟ ବୈଷୟିକ ଶିକ୍ଷା ସଚିବ ଏଲ.ଏନ. ଗୁପ୍ତା କହିଛନ୍ତି […]

issr

issr

Rakesh Mallick
  • Published: Friday, 08 January 2016
  • Updated: 08 January 2016, 04:45 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲଉଡ଼ି ଗାଁରେ ଇଣ୍ଡିଆନ୍ ଇନଷ୍ଟଇଚ୍ୟୁଟ ଅଫ୍ ସାଇନ୍ସ ଏଜୁକସନ୍ ଆଣ୍ଡ ରିସର୍ଚ୍ଚ ବା ଆଇଜର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ହେବା ଏକରକମ ନିଶ୍ଚିତ ହୋଇଛି। ଲଉଡ଼ି ଗାଁ ଓ ପାଲୁର ହିଲରେ ସ୍ଥାୟୀ କ୍ୟାମ୍ପସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସ୍ଥାନ ପରିଦର୍ଶନ ଲାଗି ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି କେବଳ ଲଉଡ଼ି ଗାଁକୁ ଯାଇଥିଲା। କ୍ଷେତ୍ର ପରିଦର୍ଶନ ପରେ ରାଜ୍ୟ ବୈଷୟିକ ଶିକ୍ଷା ସଚିବ ଏଲ.ଏନ. ଗୁପ୍ତା କହିଛନ୍ତି ଏଠାରେ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ଦ୍ୱିମତ ନାହିଁ।

ଏପଟେ ଅସ୍ଥାୟୀ କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ ଚିହ୍ନଟ ବ୍ରହ୍ମପୁର ସରକାରୀ ଆଇଟିଆଇ ଓ କନିଷି ନିକଟ ଗାନ୍ଧି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ଏବଂ ଅସ୍ଥାୟୀ ହଷ୍ଟେଲ ପାଇଁ ବ୍ରହ୍ମପୁରର ୟୁସିପି ଇଂଜିନିୟରିଂ ସ୍କୁଲ ଓ ପଲିଟେକନିକ୍ ମହିଳା ହଷ୍ଟେଲ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଭୋପାଲ୍ ଆଇଜର ନିର୍ଦ୍ଦେଶକ ପ୍ରଫେସର ବିନୋଦ କୁମାର ସିଂହ, ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରତ୍ନମ୍ ଭି. ରାଜକୁମାର, କେନ୍ଦ୍ର ମାନବସମ୍ୱଳ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ କୁମାର, ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା ଓ ସିପିଡବ୍ଲ୍ୟୁଡି ମୁଖ୍ୟ ଯନ୍ତ୍ରୀ ଉମେଶ ଚନ୍ଦ୍ର ମିଶ୍ର  ପ୍ରମୁଖ କେନ୍ଦ୍ରୀୟ ଟିମରେ ଆସିଛନ୍ତି।

ଆଇଜର ଲାଗି ସ୍ଥାନ ନିରୂପଣ ପାଇ ଆଜି ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ଟିମ୍ ବ୍ରହ୍ମପୁର ଗସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos