ଥାଳି ବଜାଇ ଲୋକଙ୍କୁ ସଚେତନ କରୁଛନ୍ତି ମହିଳା

ନୂଆପଡ଼ା (ମାୟାଧର ସରାଫ): କରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ସଚେତନ କରୁଛନ୍ତି। ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପାଇକପଡା ଗାଁର ମହିଳାମାନେ ଲୋକମାନଙ୍କୁ ଅଭିନବ ଉପାୟରେ ସଚେତନ କରୁଛନ୍ତି। ମହିଳାମାନେ ଗାଁ ଗାଁ ବୁଲି ଥାଳି ବଜାଇ ଲୋକଙ୍କୁ ଘର ନ ବାହାରିବା ପାଇଁ କହୁଛନ୍ତି। ମହିଳାମାନେ ଦିନକୁ ଦୁଇରୁ ତିନି ଥର ଥାଳି ବଜାଇ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ […]

nupada00

nupada00

Tapaswini Nayak
  • Published: Tuesday, 07 April 2020
  • Updated: 07 April 2020, 09:48 AM IST

ନୂଆପଡ଼ା (ମାୟାଧର ସରାଫ): କରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ସଚେତନ କରୁଛନ୍ତି। ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ପାଇକପଡା ଗାଁର ମହିଳାମାନେ ଲୋକମାନଙ୍କୁ ଅଭିନବ ଉପାୟରେ ସଚେତନ କରୁଛନ୍ତି।

ମହିଳାମାନେ ଗାଁ ଗାଁ ବୁଲି ଥାଳି ବଜାଇ ଲୋକଙ୍କୁ ଘର ନ ବାହାରିବା ପାଇଁ କହୁଛନ୍ତି। ମହିଳାମାନେ ଦିନକୁ ଦୁଇରୁ ତିନି ଥର ଥାଳି ବଜାଇ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରୁଛନ୍ତି। ଏହାସହ ଗାଁର କୌଣସି ବ୍ୟକ୍ତି ଯେମିତି ବାହାରକୁ ନ ଯିବେ, ଆଉ ବାହାର ଲୋକ ଗାଁକୁ ନ ଆସିବେ, ସେଥିପାଇଁ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। ଗାଁକୁ ଆସୁଥିବା ସମସ୍ତ ଲୋକ ସାବୁନରେ ହାତ ଧୋଇ ଭିତରକୁ ଆସିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି।

ଲକ୍‌ଡାଉନ୍‌ ନ ଉଠିବା ପର୍ଯ୍ୟନ୍ତ ମହିଳାମାନେ ଲୋକମାନଙ୍କୁ ଏପରି ସଚେତନ କରିବା ଜାରି ରଖିବେ  ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos