ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାକୁ ଚାପି ଦେବାକୁ ଚାଲିଛି ବଡ଼ ଷଡ଼ଯନ୍ତ୍ର : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ଚାପରେ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାକୁ ଚାପି ଦେବା ପାଇଁ ଏବେ ବଡ଼ଧରଣର ଷଡ଼ଯନ୍ତ୍ର ଚାଲିଛି। ଏପରିକି ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ କରି ତାକୁ ଖସାଇ ଦେବା ପାଇଁ ଜିଲ୍ଲା ଏସପି ଯୋଜନା କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ସହ ଏହି ଘଟଣାକୁ ଚାପି ଦେବାକୁ ଷଡ଼ଯନ୍ତ୍ର ହେଉଥିବାରୁ ପୀଡ଼ିତାଙ୍କ ଜୀବନ ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କ […]

4321c

4321c

Tapas Behera
  • Published: Sunday, 29 September 2019
  • Updated: 29 September 2019, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ଚାପରେ ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାକୁ ଚାପି ଦେବା ପାଇଁ ଏବେ ବଡ଼ଧରଣର ଷଡ଼ଯନ୍ତ୍ର ଚାଲିଛି। ଏପରିକି ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ କରି ତାକୁ ଖସାଇ ଦେବା ପାଇଁ ଜିଲ୍ଲା ଏସପି ଯୋଜନା କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ସହ ଏହି ଘଟଣାକୁ ଚାପି ଦେବାକୁ ଷଡ଼ଯନ୍ତ୍ର ହେଉଥିବାରୁ ପୀଡ଼ିତାଙ୍କ ଜୀବନ ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ବୋଲି ବିଜେପି କହିଛି।

ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାକୁ ରଫାଦଫା କରିବା ପାଇଁ ବିଜେଡି ନେତାମାନେ ସ୍ଥାନୀୟ ଥାନାକୁ ଯାଇ ପୁଲିସ୍ ଉପରେ ଚାପ ପକାଇଥିଲେ। ଗଣଦୁଷ୍କର୍ମ ମାମଲାରେ ୨୭ତାରିଖରେ କଳାହାଣ୍ଡି ପୁଲିସ୍ ସାମ୍ବାଦିକ ସମ୍ମିଳନୀ କରିବାର ଠିକ୍ ପୂର୍ବରୁ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପ୍ରବୋଧ ରଥ, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପର୍କୀୟ ଭଣଜା ସୁଧୀର ବେହେରା ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦୀନେଶ ବଗର୍ତ୍ତି କାହିଁକି ଥାନାକୁ ଯାଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଲିସ୍ ସହ ସେମାନେ କେଉଁ ପ୍ରସଙ୍ଗରେ ଆଲୋଚନା କରିଥିଲେ ତାହା ପୁଲିସ୍ ସ୍ପଷ୍ଟ କରୁ। ଥାନାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନକୁ ଅଣାଯିବା ଆବଶ୍ୟକ ।

ପୀଡ଼ିତା ଯଦି ମୁଖ୍ୟ ଅଭିଯୁକ୍ତ ଲଳିତେନ୍ଦ୍ର ଶବର ନାଁ ଗଣମାଧ୍ୟମରେ କହିନଥାନ୍ତା ଓ ବିଜେପି ତା’ର ଗିରଫ ଦାବି କରିନଥାନ୍ତା ତା’ହେଲେ ହୁଏତ ଶାସକ ଦଳର ଚାପରେ ଲଳିତେନ୍ଦ୍ର ଏବେ ଖୁଲମଖୁଲା ବୁଲୁଥାନ୍ତା । ଲଳିତେନ୍ଦ୍ରକୁ ଖସାଇବା ପାଇଁ ପ୍ରୟାସ କରି ବିଫଳ ହେବାପରେ ଶାସକ ବିଜେଡିର ଦୁଇ ପ୍ରଭାବଶାଳୀ ନେତା ଏବେ ଏହି ଗଣଦୁଷ୍କର୍ମ ମାମଲାକୁ ଚପାଇ ଦେବାକୁ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଘଟଣାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରବୋଧ ରଥଙ୍କ ସମ୍ପୃକ୍ତି ରହିଥିବା ବିଜେପି ସନ୍ଦେହ କରୁଛି। ଶାସକ ଦଳର ଇଙ୍ଗିତରେ ପ୍ରଥମେ ଜିଲ୍ଲା ଏସପି ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ କରି ଖସେଇ ଦେବାର ଯୋଜନା କରିଥିଲେ। ଏବେ ଶାସକ ଦଳର ନିର୍ଦ୍ଦେଶରେ ପୁଲିସ ଘଟଣାକୁ ଗୁରୁତର ସହ ନନେଇ କେସକୁ ରଫାଦଫା କରିବା ପାଇଁ ଯୋଜନା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଏହି ଗଣଦୁର୍ଷ୍କମ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପ୍ରବୋଥ ରଥ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଫୋନ୍ କରିଛି। ଅନ୍ୟପକ୍ଷରେ ପୀଡ଼ିତା କିପରି ଲଳିତେନ୍ଦ୍ର ଶବରକୁ ଚିହ୍ନିଲା ଏବଂ ଘଟଣା ଦିନ କିପରି ମୁଖ୍ୟ ଅଭିଯୁକ୍ତ ଏ ଅଭାବନୀୟ କାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ତାହାର ବି ତଦନ୍ତ ହେବା ଆବଶ୍ୟକ। ଘଟଣା ଘଟିବା ପୂର୍ବରୁ ଏବଂ ପରେ ମୁଖ୍ୟ ଅଭିଯୁକ୍ତ କାହା ସାଙ୍ଗେ କଥା ହୋଇଛି ତା’ର ମୋବାଇଲ କଲ ରେକର୍ଡକୁ ପୁଲିସ ଯାଞ୍ଚ କରୁ ବୋଲି ପୁଲିସ ଡିଜିଙ୍କୁ ବିଜେପି ଅନୁରୋଧ କରୁଛି।
ଏହି ଗଣଦୁର୍ଷ୍କମ ଘଟଣାରେ ଶାସକ ଦଳ ସମ୍ପୃକ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତାକୁ ତୁରନ୍ତ ନ୍ୟାୟ ଦିଅନ୍ତୁ। ଅନ୍ୟପଟେ ପୀଡ଼ିତାର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos