ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶଟ୍‌ଡାଉନ୍ ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଆସନ୍ତା ୨୩ ତାରିଖରେ ନୂଆଖାଇ ପଡୁଛି। ସମ୍ବଲପୁରକୁ ୨୨ ଓ ୨୩ ଦୁଇ ଦିନ ଶଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାର ପ୍ରଭାବ ପଡ଼ିବ ନୂଆଖାଇରେ। ପର୍ବ ପାଳନ ସହିତ କିଣାବିକା ଓ ଯା‌ଆସ ପ୍ରଭାବିତ ହେବାର ଆଶଙ୍କା ଅଛି। ତେଣୁ ଶଟ୍‌ଡାଉନ୍ ସମୟର ପରିବର୍ତ୍ତନ କରି […]

mishra_999

mishra_999

Tapaswini Nayak
  • Published: Friday, 07 August 2020
  • Updated: 07 August 2020, 04:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶଟ୍‌ଡାଉନ୍ ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର।

ଆସନ୍ତା ୨୩ ତାରିଖରେ ନୂଆଖାଇ ପଡୁଛି। ସମ୍ବଲପୁରକୁ ୨୨ ଓ ୨୩ ଦୁଇ ଦିନ ଶଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାର ପ୍ରଭାବ ପଡ଼ିବ ନୂଆଖାଇରେ। ପର୍ବ ପାଳନ ସହିତ କିଣାବିକା ଓ ଯା‌ଆସ ପ୍ରଭାବିତ ହେବାର ଆଶଙ୍କା ଅଛି। ତେଣୁ ଶଟ୍‌ଡାଉନ୍ ସମୟର ପରିବର୍ତ୍ତନ କରି ଦୁଇ ଦିନ ପୂର୍ବରୁ ବା ପରେ ଶଟ୍‌ଡାଉନ୍ ଲାଗୁ କରିବାକୁ ଜୟନାରାୟଣ ମିଶ୍ର ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos