ଲିବ୍ୟାରେ ଅପହୃତ ଓଡ଼ିଶା ଯୁବକ ମୁକ୍ତ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ: ତ୍ରିପୋଲି ସ୍ଥିତ ଭାରତୀୟ ଦୂତାବାସ

ଭୁବନେଶ୍ୱର: ଲିବ୍ୟାରେ ଅପହୃତ ଓଡ଼ିଆ କର୍ମଚାରୀ ପ୍ରଭାସ ସାମଲଙ୍କୁ ନେଇ ଅନିଶ୍ଚିତତା ଲାଗି ରହିଛି । ଏ ସମ୍ପର୍କରେ ଓଟିଭିର ଏକ ଇ-ମେଲ୍ ଉତ୍ତରରେ ତ୍ରିପୋଲିସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ପ୍ରଭାସ ଏବେ କେଉଁଠି ଅଛନ୍ତି ସେ ନେଇ ଦୂତାବାସ ପାଖରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। ଅପରପକ୍ଷରେ ପୁଣିଥରେ ପ୍ରଭାସଙ୍କ ପରିବାର ଲୋକେ ତାଙ୍କୁ ନିରାପଦରେ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଲିବ୍ୟାରେ ଅପହୃତ ପ୍ରଭାସଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଛାଡ଼ି ଦେଇଛନ୍ତି […]

subhash

subhash

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 05:39 PM IST

Sports

Latest News

subhashଭୁବନେଶ୍ୱର: ଲିବ୍ୟାରେ ଅପହୃତ ଓଡ଼ିଆ କର୍ମଚାରୀ ପ୍ରଭାସ ସାମଲଙ୍କୁ ନେଇ ଅନିଶ୍ଚିତତା ଲାଗି ରହିଛି । ଏ ସମ୍ପର୍କରେ ଓଟିଭିର ଏକ ଇ-ମେଲ୍ ଉତ୍ତରରେ ତ୍ରିପୋଲିସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ପ୍ରଭାସ ଏବେ କେଉଁଠି ଅଛନ୍ତି ସେ ନେଇ ଦୂତାବାସ ପାଖରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। ଅପରପକ୍ଷରେ ପୁଣିଥରେ ପ୍ରଭାସଙ୍କ ପରିବାର ଲୋକେ ତାଙ୍କୁ ନିରାପଦରେ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।subhash1

ଲିବ୍ୟାରେ ଅପହୃତ ପ୍ରଭାସଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଛାଡ଼ି ଦେଇଛନ୍ତି ନା ଏବେ ବି ସେ ତାଙ୍କ କବଳରେ ଅଛନ୍ତି ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ତ୍ରିପୋଲି ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଡଟିଭିର ଦିଲ୍ଲୀ ପ୍ରତିନିଧିଙ୍କ ପାଖକୁ ଆସିଥିବା ଇମେଲରେ ଦୂତାବାସ ଅଧିକାରୀ ମହମ୍ମଦ ରସିଦ୍ ଖାନ ଲେଖିଛନ୍ତି, ଆମ ପାଖରେ ଥିବା ସୂଚନା ଅନୁଯାୟୀ, ମିଷ୍ଟର ସାମଲ ସର୍ତ୍ତମୂଳକ ଭାବେ ମୁକ୍ତି ପାଇଥିଲେ। ପରେ ଅନ୍ୟଜଣେ ଅପହୃତ ଆନ୍ଧ୍ରପ୍ରଦେଶର ରାମମୂର୍ତ୍ତି ନିରାପଦରେ ଥିବା ଅନ୍ୟ ଜଣଙ୍କ ମାଧ୍ୟମରେ ତାଙ୍କ ପରିବାରକୁ ଜଣାଇଥିବା ସୂଚନା ମିଳିଛି। ତେବେ ପରିବାରର ଯୋଗାଯୋଗ ନମ୍ୱର ନ ଥିବାରୁ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଅଧିକାରୀ ଜଣକ ଆହୁରି ମଧ୍ୟ ଲେଖିଛନ୍ତି, ଲିବ୍ୟାରେ ଗୃହଯୁଦ୍ଧ ଭଳି ସ୍ଥିତି ଲାଗି ରହିଥିବାରୁ ଏ ନେଇ ଆମ ପ୍ରଚେଷ୍ଟାରେ ଗୁରୁତର ବାଧା ଉପଜୁଛି। ସେହିପରି ସିର୍ତ୍ତେକୁ ଗତ ମାସେ ହେଲା ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ଆମେ ସୋର୍ସ ସହ ସମ୍ପର୍କ କରିପାରୁନାହୁଁ। ଏପଟେ ପରିବାର ଲୋକେ ବି ଆଶା ଆଶଙ୍କ।ରେ ରହିଛନ୍ତି । ରାଉରକେଲାରେ ରହୁଥିବା ପ୍ରଭାସଙ୍କ ଭାଉଜଙ୍କ କହିବା ଅନୁଯାୟୀ, ଗତ ୧୭ ତାରିଖରେ ପ୍ରଭାସ ତାଙ୍କୁ ଫେ।ନ୍ କରି ସେ ମୁକ୍ତ ହୋଇଥିବା ଜଣାଇଥିଲେ। ତେବେ ତା ପରଠାରୁ ତାଙ୍କ ସହ ଆଉ ଯୋଗଯୋଗ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos