ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜଙ୍ଗଲ ନିଆଁ ବଢୁଛି। ଗତକାଲି ଅର୍ଥାତ ବୁଧବାର ୪୯୭ ପଏଣ୍ଟରେ ନିଆଁ ଲାଗିଥିଲା। ଆଜି ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି। ଜଙ୍ଗଲ ନିଆଁ ପାଇଁ ଗଠିତ ଟାସ୍କଫୋର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଟାସ୍କଫୋର୍ସ ରିପୋଟ୍‌ ଅନୁସାରେ ଶିମିଳିପାଳ ଅଞ୍ଚଳରେ ନିଆଁ କମିଛି। ପୂର୍ବରୁ ୨୬ଟି ପଏଣ୍ଟରେ ନିଆଁ ଥିବା ବେଳେ ଏବେ ୫ଟିରେ ନିଆଁ ରହିଛି।

ସେପଟେ ଗତକାଲି ପରି ଆଜି ମଧ୍ୟ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଉଦଳା, କପ୍ତିପଦା, ନୀଳଗିରି ବ୍ଲକ ଅଞ୍ଚଳର କିଛି ଜାଗାରେ ଝିପି ଝିପି ବର୍ଷା ହୋଇଛି। ଆସନ୍ତା ଦିନରେ ବର୍ଷା ଲାଗି ରହିଲେ ଶିମିଳିପାଳ ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ଅତିରିକ୍ତ ଜଙ୍ଗଲ ସଚିବ  ମୋନା ଶର୍ମା। ଗତକାଲି ମୋନା ଶର୍ମା ବାରିପଦାରେ ପହଞ୍ଚି ମୟୂରଭଞ୍ଜ ଜିଲ୍ଲାପାଲ ,ଏସ୍‌ପି, ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକଙ୍କ ସହ ଶିମିଳିପାଳର ସ୍ଥିତି ନେଇ ଆଲୋଚନା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।