ବଜ୍ରପାତ ନେଲା ଖୁଡ଼ି ଓ ଝିଆରୀଙ୍କ ଜୀବନ

ଅନୁଗୋଳ (ବିରଜା ଦାସ): ବିଲରେ କାମ କରୁଥିବା ବେଳେ ହେଲା ପ୍ରଚଣ୍ଡ ବଜ୍ରପାତ। ଫଳରେ ସେହି ବିଲରେ ହିଁ ଟଳି ପଡ଼ିଲେ ଖୁଡ଼ି ଓ ଝିଆରୀ। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ପୂରା ଘଟଣା ଏମିତି। ଡେରଜାଙ୍ଗ ଗାଁର ଶାନ୍ତିଲତା ପ୍ରଧାନ ଓ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ ବିଲରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଶାନ୍ତିଲତା, […]

article-doc-c85d3-WThaYnkqZf3b160cdee1363a739-964_634x407

article-doc-c85d3-WThaYnkqZf3b160cdee1363a739-964_634x407

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 05:58 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ବିଲରେ କାମ କରୁଥିବା ବେଳେ ହେଲା ପ୍ରଚଣ୍ଡ ବଜ୍ରପାତ। ଫଳରେ ସେହି ବିଲରେ ହିଁ ଟଳି ପଡ଼ିଲେ ଖୁଡ଼ି ଓ ଝିଆରୀ। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ।

ପୂରା ଘଟଣା ଏମିତି। ଡେରଜାଙ୍ଗ ଗାଁର ଶାନ୍ତିଲତା ପ୍ରଧାନ ଓ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ ବିଲରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଶାନ୍ତିଲତା, ବୈଶାଖୀ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଶାନ୍ତିଲତା ଓ ବୈଶାଖୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏହି ଘଟଣା ପରେ ଅନ୍ୟ ଲୋକମାନେ କାମ ଛାଡ଼ି ପଳାଇ ଯାଇଥିଲେ। ସୂଚନାରୁ ପ୍ରକାଶ, ଆଜି ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos