ବଜ୍ରାଘାତରେ ଜଳିଗଲା ପତିତପାବନ ବାନା

ପୁରୀ: ଗତକାଲି ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ୧୪ ହାତିଆ ପତିତପାବନ ବାନା ଜଳି ଯାଇଛି। ବାନାକୁ ଧରି ରଖିବା ପାଇଁ ଲାଗିଥିବା ବାଉଁଶ ମଧ୍ୟ ଅଧା ଜଳି ଯାଇଛି। ନୀଳଚକ୍ରରେ ଅନ୍ୟ ବାନା ଲାଗିଥିବାରୁ  ଶ୍ରୀମନ୍ଦିରର କୌଣସି ନୀତି ବିଭ୍ରାଟ ହୋଇନାହିଁ। ତେବେ ଏହି ଘଟଣା ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି।