ଏଲଏନ୍ କଲେଜ ଛାତ୍ର ସଂସଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡ଼ାକରା

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ସର୍ବପୂରାତନ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର କୋଠାକୁ ନିଜସ୍ୱ ନାମରେ କରିବା ଦାବି କରି ଆଜି ଛାତ୍ର ସଂସଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଫଳରେ ଦୋକାନ ବଜାର, ବସ୍ ଚଳାଚାଳ ବନ୍ଦ ରହିଥିବା ସହ ବେହେରାମାଲ ଛକ, ବସଷ୍ଟାଣ୍ଡ, ସରବାହାଲ, ବାଇପାସ, ବଡମାଲ୍ ବିଟିଏମ୍ ଆଦି ସ୍ଥାନରେ ଛାତ୍ରମାନେ ପିକେଟିଂ କରି ଆନ୍ଦୋଳନ କରୁଛନ୍ତି । ରାସ୍ତା ଅବରୋଧ ହୋଇଥିବାରୁ ଗାଡ଼ି ବିଭିନ୍ନ ସ୍ଥାନରେ ଅଟକି ରହିଛି । ଆଜିର […]

student

student

Rakesh Mallick
  • Published: Monday, 14 December 2015
  • Updated: 14 December 2015, 04:12 AM IST

Sports

Latest News

jhursugudaଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ସର୍ବପୂରାତନ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର କୋଠାକୁ ନିଜସ୍ୱ ନାମରେ କରିବା ଦାବି କରି ଆଜି ଛାତ୍ର ସଂସଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଫଳରେ ଦୋକାନ ବଜାର, ବସ୍ ଚଳାଚାଳ ବନ୍ଦ ରହିଥିବା ସହ ବେହେରାମାଲ ଛକ, ବସଷ୍ଟାଣ୍ଡ, ସରବାହାଲ, ବାଇପାସ, ବଡମାଲ୍ ବିଟିଏମ୍ ଆଦି ସ୍ଥାନରେ ଛାତ୍ରମାନେ ପିକେଟିଂ କରି ଆନ୍ଦୋଳନ କରୁଛନ୍ତି । ରାସ୍ତା ଅବରୋଧ ହୋଇଥିବାରୁ ଗାଡ଼ି ବିଭିନ୍ନ ସ୍ଥାନରେ ଅଟକି ରହିଛି । ଆଜିର ଏହି ବନ୍ଦ ଡ଼ାକରାରେ ଜିଲ୍ଲା ଓକିଲ ସଂଘ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ସାମିଲ ରହିଛନ୍ତି ।

 ଗତ ୯ରୁ ଧାରଣା ଓ ୧୨ ତାରିଖ ଠାରୁ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଆମରଣ ଅନସନ ଜାରି ରଖିଛନ୍ତି। ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହାର କୌଣସି ସମାଧାନ କରି ନ ଥିବାରୁ ଆଜିର ଏହି ବନ୍ଦ ଡ଼ାକରା ଦିଆଯାଇଥିବା କୁହାଯାଇଛି ।

ଦୀର୍ଘ ୪୬ ବର୍ଷ ହେଲାଣି ସରକାରୀ ଇଂଜିନିୟରିଂ ସ୍କୁଲ ହେଷ୍ଟଲରେ ଏଲଏନ୍ କଲେଜର ପାଠ ପଢା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos