ଭାଗ ଚାଷୀଙ୍କୁ ଋଣ ଦେବାକୁ ସରକାରଙ୍କ ଯୋଜନା: ବିରୋଧୀ କହିଲେ-ସବୁ ବାଟମାରଣା ହୋଇଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷ କରୁଛି ଚାଷୀ। ହେଲେ ନିଜ ଜମି ନଥିବାରୁ ମିଳିପାରୁନି ସରକାରୀ ଋଣ। ଏଭଳି ଜମିହୀନ ଚାଷୀଙ୍କୁ ଋଣ ସୁବିଧା ଦେବାକୁ ରାଜ୍ୟ ସରକାର ପୂର୍ବ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଏଣ୍ଟ ଲାଇବିଲିଟି ଗ୍ରୁପ୍ ଜରିଆରେ ୫ ଜଣ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଗ୍ରୁପ୍ ପିଛା ୫୦,୦୦୦ ଟଙ୍କା ଋଣ ଦିଆଯିବ। ଏନେଇ କୌଣସି ସିକ୍ୟୁରିଟି ମଧ୍ୟ ଦେବାକୁ ପଡିବ ନାହିଁ। ରାଜ୍ୟରେ ବର୍ତ୍ତମାନ ୨୭୦୩ଟି ସମବାୟ ସମିତି ରହିଛି। […]

farmer

farmer

Rakesh Mallick
  • Published: Friday, 11 May 2018
  • Updated: 11 May 2018, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷ କରୁଛି ଚାଷୀ। ହେଲେ ନିଜ ଜମି ନଥିବାରୁ ମିଳିପାରୁନି ସରକାରୀ ଋଣ। ଏଭଳି ଜମିହୀନ ଚାଷୀଙ୍କୁ ଋଣ ସୁବିଧା ଦେବାକୁ ରାଜ୍ୟ ସରକାର ପୂର୍ବ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଏଣ୍ଟ ଲାଇବିଲିଟି ଗ୍ରୁପ୍ ଜରିଆରେ ୫ ଜଣ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଗ୍ରୁପ୍ ପିଛା ୫୦,୦୦୦ ଟଙ୍କା ଋଣ ଦିଆଯିବ। ଏନେଇ କୌଣସି ସିକ୍ୟୁରିଟି ମଧ୍ୟ ଦେବାକୁ ପଡିବ ନାହିଁ। ରାଜ୍ୟରେ ବର୍ତ୍ତମାନ ୨୭୦୩ଟି ସମବାୟ ସମିତି ରହିଛି। ଗୋଟିଏ ସମିତି ୧୦ଟି ଗ୍ରୁପକୁ ଋଣ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ଏହି ବ୍ୟବସ୍ଥା ପୂର୍ବରୁ ପ୍ରଚଳିତ ଥିଲେ ମଧ୍ୟ ଏହା ନୂଆ ପଦକ୍ଷେପ ବୋଲି କହି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି।

ବିଭାଗୀୟ ସଚିବ ରଂଜାନ ଚୋପ୍ରା କହିଛନ୍ତି-“ନୂଆ ଗାଇଡ଼୍‌ଲାଇନ ଆସି ନାହିଁ। ଆସିବାପରେ ସେ ବିଷୟରେ କୁହଯିବ।”

ଏହି ବ୍ୟବସ୍ଥାକୁ ନେଇ ଭାଗ ଚାଷୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଷୀ ନେତା ସରୋଜ କହିଛନ୍ତି-“ଏହି ବ୍ୟବସ୍ଥା ପୂର୍ବରୁ ଥିଲା। ଏଥିରୁ ସବୁ ଚାଷୀ ଫଇଦା ପାରିବେ ନାହିଁ।”

ଏବେ ପ୍ରଶ୍ନ ଉଠୁଛି ଭାଗ ଚାଷୀ ଆଇନ କାର୍ଯ୍ୟକାରୀ ହୋଇନାହିଁ। ଏଭଳି ସ୍ଥିତିରେ କିଭଳି ଚାଷୀଙ୍କୁ ଚିହ୍ନଟ କରି ଗ୍ରୁପ୍ କରି ଋଣ ପ୍ରଦାନ କରାଯିବ? ଗ୍ରୁପ୍ କରି ଋଣ ଦେଲେ ମିଡିଲ୍ ମ୍ୟାନ୍‌ ପ୍ରଭାବ ରହିବ କି?  କିଭଳି ଜଏଣ୍ଟ ଲାଇବିଲିଟି ଗ୍ରୁପ୍‌ ଭେରିଫିକେସନ୍ ହେବ? ଚାଷୀଙ୍କୁ ଋଣ ଦେବା ନାଁରେ ବାଟବାରଣ ହେବା ସମ୍ଭାବନା ନାହିଁ କି? ଏସବୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଏହି ବ୍ୟବସ୍ଥା ଭିତରେ ଟର୍ମ ଲୋନ୍ ୧୨୦୦ କୋଟି ଟଙ୍କା ରାଜ୍ୟ ସରକାର ବ୍ୟବସ୍ଥା କରିଥିବା ବେଳେ ସମୁଦାୟ ୭ହଜାର ୨ଶହ କୋଟି ଚଙ୍କାର ଲୋନ୍ ଦେବାକୁ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos