ଟ୍ରକ ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ : ହତ୍ୟାକାରୀକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଯାଜପୁର(ଗୁଲାମ ଗସ୍‌):ଯୁବକଙ୍କୁ ଟ୍ରକ ଚଢ଼ାଇ ହତ୍ୟା ଅଭିଯୋଗ ଘଟଣାରେ ହତ୍ୟାକାରୀକୁ ତୁରନ୍ତ ଗିରଫ ଓ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ଦାବିରେ ୫୩ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ରବିବାର ଯାଜପୁର ଜିଲ୍ଲା ଜେନାପୁର ଥାନା ତଳଗଡ଼ ପଥୁରିଆସାହିର ପ୍ରଦୀପ କୁମାର ମଲ୍ଲିକଙ୍କୁ ସେହି ଗ୍ରାମର  ଡ୍ରାଇଭର ଶ୍ରୀଧର ମଲ୍ଲିକ୍‌ ପୂର୍ବ ବିବାଦକୁ କେନ୍ଦ୍ର କରି ଟ୍ରକ ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମୃତ ପ୍ରଦୀପଙ୍କ ପତ୍ନୀ ତାଙ୍କ ସ୍ୱାମୀକୁ ଯୋଜନାବଦ୍ଧ ଭାବେ […]

43

43

Tapas Behera
  • Published: Monday, 14 October 2019
  • Updated: 14 October 2019, 06:04 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌):ଯୁବକଙ୍କୁ ଟ୍ରକ ଚଢ଼ାଇ ହତ୍ୟା ଅଭିଯୋଗ ଘଟଣାରେ ହତ୍ୟାକାରୀକୁ ତୁରନ୍ତ ଗିରଫ ଓ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ଦାବିରେ ୫୩ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ରବିବାର ଯାଜପୁର ଜିଲ୍ଲା ଜେନାପୁର ଥାନା ତଳଗଡ଼ ପଥୁରିଆସାହିର ପ୍ରଦୀପ କୁମାର ମଲ୍ଲିକଙ୍କୁ ସେହି ଗ୍ରାମର  ଡ୍ରାଇଭର ଶ୍ରୀଧର ମଲ୍ଲିକ୍‌ ପୂର୍ବ ବିବାଦକୁ କେନ୍ଦ୍ର କରି ଟ୍ରକ ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଏନେଇ ମୃତ ପ୍ରଦୀପଙ୍କ ପତ୍ନୀ ତାଙ୍କ ସ୍ୱାମୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ତେବେ ଆଜି ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥର ବଳରାମପୁର ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି। ଖବର ପାଇ ଘଟଣା ସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଏସପି ରାଜ କିଶୋର ଦୋରା, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ତେବେ ହତ୍ୟାକାରୀକୁ ଗିରଫ ସହ ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଲୋକେ ଜିଦ ଧରି ବସିରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos