ଓଡ଼ିଶାରେ ଲୋକାୟୁକ୍ତ କେବେ?, ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଲୋକପାଳ ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ରାଜ୍ୟରେ କେବେ ଲୋକାୟୁକ୍ତ ଗଠନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨ ବର୍ଷ ତଳେ ରାଜ୍ୟ ସରକାର ଆଇନ୍ ଆଣିଥିଲେ। ମାତ୍ର ଏପର୍ଯ୍ୟନ୍ତ ଲୋକାୟୁକ୍ତ ଗଠନ ହୋଇନି। ଏପରିକି ଲୋକପାଳ ଓ ସଦସ୍ୟଙ୍କ ନିଯୁକ୍ତି ହୋଇପାରିନି। ଦୁର୍ନୀତି ଧରାପଡ଼ିଯିବା ଭୟରେ ରାଜ୍ୟ ସରକାର ଲୋକାୟୁକ୍ତ ଗଠନ କରୁନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ୨୦୧୪ ମସିହା ଫେବୃଆରୀ ୧୪ରେ ଦେଶର ପ୍ରଥମ ରାଜ୍ୟ […]

Odisha-Assembly

Odisha-Assembly

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 09:10 PM IST

ଭୁବନେଶ୍ୱର: ଲୋକପାଳ ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ରାଜ୍ୟରେ କେବେ ଲୋକାୟୁକ୍ତ ଗଠନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨ ବର୍ଷ ତଳେ ରାଜ୍ୟ ସରକାର ଆଇନ୍ ଆଣିଥିଲେ। ମାତ୍ର ଏପର୍ଯ୍ୟନ୍ତ ଲୋକାୟୁକ୍ତ ଗଠନ ହୋଇନି। ଏପରିକି ଲୋକପାଳ ଓ ସଦସ୍ୟଙ୍କ ନିଯୁକ୍ତି ହୋଇପାରିନି। ଦୁର୍ନୀତି ଧରାପଡ଼ିଯିବା ଭୟରେ ରାଜ୍ୟ ସରକାର ଲୋକାୟୁକ୍ତ ଗଠନ କରୁନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

୨୦୧୪ ମସିହା ଫେବୃଆରୀ ୧୪ରେ ଦେଶର ପ୍ରଥମ ରାଜ୍ୟ ଭାବେ ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ବିଲ୍। ୨୦୧୫ ଜାନୁୟାରୀରେ ବିଲ୍‌କୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିବା ପରେ ଆଇନରେ ପରିଣତ ହେଲା। ହେଲେ ଦୁଇ ବର୍ଷରୁ ଅଧିକ ସମୟ ବିତି ଗଲାଣି। ଏପର୍ଯ୍ୟନ୍ତ ଲୋକପାଳ ଗଠନ ହୋଇନି। ଏପରିକି ୫ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇନି। ଚୟନ କମିଟିର ବୈଠକ ମଧ୍ୟ ଥରୁଟିଏ ବସିନାହିଁ। ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ଲୋକପାଳ ନିଯୁକ୍ତି ନେଇ ଆମେ ବାରମ୍ୱାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଛୁ। ମାତ୍ର ଏ ପର୍ଯ୍ୟନ୍ତ ଲୋକାୟୁକ୍ତ ଗଠନ ହୋଇ ନାହିଁ କି କମିଟି ଗଠନ କରାଯାଉନି। ଦୁର୍ନୀତି ଧରା ପଡ଼ିଯିବା ଭୟରେ ସରକାର ଲୋକାୟୁକ୍ତ ଗଠନ କରୁନାହାନ୍ତି।”

ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ,“ଲୋକାୟୁକ୍ତ ଗଠନ ହେଲେ ସରକାର ବହୁ ଅଡୁଆରେ ପଡ଼ିବେ ବୋଲି ଭାବୁଛନ୍ତି। ତେଣୁ ସେମାନେ ଲୋକାୟୁକ୍ତ ଗଠନ କରୁନାହାନ୍ତି। ସେମାନେ ଯଦି ଚାହୁଛନ୍ତି ଦୁର୍ନୀତି ମୁକ୍ତ ଶାସନ ଚାଲୁ ତାହାହେଲେ ଲୋକାୟୁକ୍ତ ଗଠନ କରନ୍ତୁ।”

ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବିଜେଡି ମୁଖପାତ୍ର ରବିନରାୟଣ ନନ୍ଦ କହିଛନ୍ତି,“ଲୋକାୟୁକ୍ତ ଗଠନ ପାଇଁ ସବୁ ପ୍ରକ୍ରିୟା ସରିଛି। କେନ୍ଦ୍ର କେମିତି ଗଠନ କରୁଛନ୍ତି ତାହା ଉପରକୁ ନଜର ରହିଛି। ମାତ୍ର ଏପରି ସମୟରେ ଏମିତି ଆରୋପ ଲଗାଇବା ଠିକ୍‌ ନୁହେଁ। ବରଂ ଲୋକାୟୁକ୍ତ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos