ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର):  ପାଟ୍ରୋଲିଂରେ ଯାଇଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଢେଙ୍କାନାଳ ଷଡଙ୍ଗୀ ରେଂଜ କରଡାବଣି ପଥର ଖାଦାନରେ ଘଟିଛି। ଆହତ ବନବିଭାଗ କର୍ମଚାରୀଙ୍କୁ ବରପଦା ପ୍ରାଥମିକ ସ୍ଵ।ସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ୧୦ଟାବେଳେ ୨ ଫରେଷ୍ଟ ଗାର୍ଡଙ୍କ ସହ ୫ ଜଣ ୱାଚମ୍ୟାନ ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ କରଡାବଣି ପଥର ଖାଦାନକୁ ପାଟ୍ରୋଲିଂରେ ଯାଇଥିଲେ। ଏହି ସମୟରେ ବନବିଭାଗ କର୍ମଚାରୀଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।

ବନବିଭାଗ କର୍ମଚାରୀଙ୍କଠାରୁ ଗୋଟିଏ ସର୍ଭିସ୍ ରିଭଲଭର୍ ଓ ଅନ୍ୟାନ୍ୟ ସାମଗ୍ରୀ ଛଡାଇ ନେଇଛନ୍ତି ୨୫ରୁ ଉର୍ଦ୍ଧ୍ୱ ମାଫିଆ। ଗୁରୁତର ମାନଙ୍କୁ ବରପଦା ପ୍ରାଥମିକ ସ୍ଵ।ସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି ଡିଏଫଓ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।