କାର୍‌ରେ ଯାଉଥିଲେ, ଘାଟିରେ ଅଟକାଇ ଲୁଟିଲେ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଗୋରୁ କିଣିବା ପାଇଁ ସାପ୍ତାହିକ ହାଟକୁ ଯାଉଥିଲେ। ଘାଟି ରାସ୍ତାରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୮ ଲକ୍ଷ ଟଙ୍କା। ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ସଦର ଥାନା ତେରେନାମ ଘଟିରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବେପାରୀ କୃଷ୍ଣ କୌଶଲ୍ୟା ନାମକ ଜଣେ ଗୋରୁ ବେପାରୀ ଓ ତାଙ୍କର ୨ ସାଥୀ ପ୍ରତି ସପ୍ତାହ ଧର୍ମଗଡ଼ ହାଟକୁ ଗୋରୁ କିଣିବାକୁ ଯାହାନ୍ତି। ଆଜି ମଧ୍ୟ ଏକ କାରରେ ସେମାନେ କଲ୍ୟାଣିସଂହପୁରରୁ ବାହାରି ଧର୍ମଗଡ଼ ହାଟକୁ ଯାଉଥିଲେ। ତେବେ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ତେରେନାମ ଘାଟି ଅତିକ୍ରମ କରୁଥିବା ବେଳେ ରାସ୍ତାରେ ପଥର ରଖି ଦୁର୍ବୃତ୍ତମାନେ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କଠାରୁ ନଗଦ ୮ ଲକ୍ଷ ଟଙ୍କା ଓ ୨ଟି ମୋବାଇଲ ଲୁଟି ନେଇଥିଲେ। ଏପରିକି କାର ଚାବି ଛଡ଼ାଇ ନେଇ ଯାଇଥିବା ଅଭିଯୋଗ ହୋଇଛି।