ଭୁଜାଲିରେ ଆକ୍ରମଣ କରି ଲୁଟ୍‌, ତିନି ଭାଇ ଆହତ

ସୋରୋ(ଓଡିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ରଢୁଆ ଅଞ୍ଚଳରେ ତିନି ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ବାଇକ୍‌, ଟଙ୍କା, ଲାପ୍‌ଟପ୍‌ ଓ ମୋବାଇଲ୍ ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ। ଆକ୍ରମଣରେ ତିନି ଭାଇ ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ରଢୁଆ ଗାଁର ତୈଲୁକ ବେହେରା, କାର୍ତ୍ତିକ ବେହେରା ଓ କେଶବ ବେହେରା।

ମିଳିଥିବା ସୂଚନା ଅନୁଯାୟୀ ଏହି ତିନି ଭାଇ ଗତକାଲି ରାତି ପ୍ରାୟ ୧୨ଟା ବେଳେ ବାଇକ୍‌ଯୋଗେ ବାହାନଗାରୁ ରଢୁଆକୁ ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ରଢୁଆ ଗ୍ରାମ ରାସ୍ତାରେ ୨ଟି ପଲ୍‌ସର୍‌ରେ ୫ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇଥିଲେ। ସେମାନେ ତିନିଭାଇଙ୍କୁ ଭୁଜାଲିରେ ଆତଙ୍କିତ ଆକ୍ରମଣ କରିଥିଲେ ଓ ବନ୍ଧୁକ ଦେଖାଇଥିଲେ। ସେମାନେ ଗୋଟିଏ ଲାପ୍‌ଟପ୍‌, ୧୦ ହଜାର ଟଙ୍କା,୪ଟି ମୋବାଇଲ ଓ ବାଇକ୍‌ ନେଇଯାଇଛନ୍ତି। ଗୁରୁତର ଅବସ୍ଥାରେ ୩ ଜଣ ଭାଇଙ୍କୁ ସ୍ଥାନୀୟ ଲୋକେ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।