ଜୀବନ ସାଥୀ କରିବାକୁ ରଖିଥିଲେ ଶାରୀରିକ ସମ୍ପର୍କ: ବାହାଘର କାର୍ଡ଼ ଛପା ହେବା ପରେ ଫୋନ୍‌ କରି କହିଲେ- ତୁମ ଚରିତ୍ର ଭଲ ନାହିଁ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଆଉ କେଇ ଦିନ ପରେ ବାଜିଥାଆନ୍ତା ସାହାନାଇ। ବଧୂ ବେଶରେ ଯାଇଥାଆନ୍ତେ ଶାଶୁ ଘରକୁ। ଏଥିପାଇଁ ହୋଇଥିଲା ନିର୍ବନ୍ଧ। ସାତ ଜନମର ଜୀବନ ସାଥୀ ହେବାକୁ ଧକ୍କାବାଜ ପ୍ରେମିକ ଦେଇଥିଲା ପ୍ରତିଶ୍ରୁତି। ଭାବି ସ୍ୱାମୀଙ୍କ ସରଳ କଥାରେ ବିଶ୍ୱାସ କରି ବିବାହ ପୂର୍ବରୁ ନିଜର ସର୍ବସ୍ୱ ଉଜାଡ଼ି ଦେଇଥିଲେ ଯୁବତୀ। ଏହାର ସୁଯୋଗ ନେଇ ଯୁବକ ଜଣକ ଭାବି ପତ୍ନୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ହେଲେ ହଠାତ୍‌ ଘୋଟିଆସିଲା କଳା ବଦଲ। ଚରିତ୍ରକୁ […]

love sex dhoka

love sex dhoka

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 07:02 PM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଆଉ କେଇ ଦିନ ପରେ ବାଜିଥାଆନ୍ତା ସାହାନାଇ। ବଧୂ ବେଶରେ ଯାଇଥାଆନ୍ତେ ଶାଶୁ ଘରକୁ। ଏଥିପାଇଁ ହୋଇଥିଲା ନିର୍ବନ୍ଧ। ସାତ ଜନମର ଜୀବନ ସାଥୀ ହେବାକୁ ଧକ୍କାବାଜ ପ୍ରେମିକ ଦେଇଥିଲା ପ୍ରତିଶ୍ରୁତି। ଭାବି ସ୍ୱାମୀଙ୍କ ସରଳ କଥାରେ ବିଶ୍ୱାସ କରି ବିବାହ ପୂର୍ବରୁ ନିଜର ସର୍ବସ୍ୱ ଉଜାଡ଼ି ଦେଇଥିଲେ ଯୁବତୀ। ଏହାର ସୁଯୋଗ ନେଇ ଯୁବକ ଜଣକ ଭାବି ପତ୍ନୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ହେଲେ ହଠାତ୍‌ ଘୋଟିଆସିଲା କଳା ବଦଲ। ଚରିତ୍ରକୁ ସନ୍ଦେହ କରି ବାହା ହେବାକୁ ମନା କଲେ ଯୁବକ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।ପୂରା ଘଟଣାଟି ଏମିତି। ଇନ୍ଦୋର ପଞ୍ଜାବ ନେସନାଲ ବ୍ୟାଙ୍କରେ ଏଗ୍ରିକଲଚଲାର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ସୁନ୍ଦରଗଡ଼ ସହର ଆର୍‌ଚିଏସ୍‌ କଲୋନୀର ଜଣେ ଯୁବତୀ। ତାଙ୍କର ବାହାଘର ସୁନ୍ଦରଗଡ଼ ସହର ଡେଙ୍ଗୀଭାଡ଼ି ଅଞ୍ଚଳର ଶିବ ଶଙ୍କର ପଟେଲଙ୍କ ପୁଅ ମାନସ ରଞ୍ଜନଙ୍କ ସହିତ ଠିକ ହୋଇଥିଲା। ମାନସ ଆମେରିକାର ଆଟଲାଣ୍ଟାର ଏକ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ଗତ ନଭେମ୍ୱର ୨୪ ତାରିଖ ଉଭୟ ପରିବାର ଲୋକ ଓ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ନିର୍ବନ୍ଧ ହୋଇଥିଲା। ଏହାର କିଛି ଦିନ ପରେ ମାନସ ଇନ୍ଦୋର ଆସି ଭାବି ପତ୍ନୀଙ୍କ ହାତରେ ଆଙ୍ଗୁଠି ପିନ୍ଧାଇ ଥିଲେ। ଏପରିକି ସାତ ଜନମର ସାଥୀ ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ। ଯୁବତୀ ଜଣକ ବୁଝି ପାରିନଥିଲେ ମାନସଙ୍କ ଚକ୍ରାନ୍ତ। ସହଜରେ ଫସିଯାଇଥିଲେ ତାଙ୍କ ଚକ୍ରବ୍ୟୂହରେ। ଅନ୍ଧଭାବେ ମାନସଙ୍କୁ ସ୍ୱାମୀ ଭାବି ନିଜର ସର୍ବସ୍ୱ ଅଜାଡ଼ି ଦେଇଥିଲେ। ଅନ୍ୟପକ୍ଷରେ ବାହାଘର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ ଯୁବତୀଙ୍କ ପରିବାର ଲୋକେ। ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ବଣ୍ଟା ମଧ୍ୟ ଆରମ୍ଭ ହୋଇଯାଇ ଥିଲା। ହଠାତ ପ୍ରେମୀ ଯୁଗଳଙ୍କ ଆକାଶରେ ଘୋଟି ଆସିଥିଲା କଳା ବାଦଲ। ଦିନେ ଭାବି ପତ୍ନୀଙ୍କ ପାଖକୁ ମାନସଙ୍କ ଫୋନ୍‌ ଆସିଲା। ସେ କହିଲେ-“ତୋର ମୋର ଆଉ କିଛି ସଂପର୍କ ନାହିଁ। ତୋର ଚରିତ୍ର ଭଲ ନାହିଁ। ଆମ ବାହାଘର ହୋଇପାରିବ ନାହିଁ।”

ଅନ୍ୟପକ୍ଷରେ ମାନସଙ୍କ ବାପା ଝିଅ ଘରକୁ ଫୋନ୍‌ କରି କହିଲେ, ବାହା ହେବାକୁ ପୁଅ ମନା କରୁଛି।

ବାହାଘର ପୂର୍ବରୁ ପୁଅ ଘର ଲୋକ ଗୋଟିଏ କାର, ୧୫ ଭରି ସୁନା ଗହଣା ଆଦି ଦାବି କରିଥିଲେ। ମାତ୍ର ଏଥିରେ ଯୁବତୀଙ୍କ ପରିବାର ଲୋକେ ରାଜି ହୋଇନଥିଲେ। ଅନ୍ୟ କୌଣସି ଝିଅକୁ ବାହା ହେବା ପାଇଁ ମାନସ ବାହାଘର ଭାଙ୍ଗିଥିବା ସନ୍ଦେହ କରାଯାଉଛି। ଏନେଇ ଗତ କାଲି ଝିଅ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story