ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପ୍ରେମୀଯୁଗଳଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱରରେ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ  ହଳଦୀପଦା ଷ୍ଟେସନ ନିକଟରେ ଥିବା ଏକ ଝୁପୁଡି ଘରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ପ୍ରେମୀ ଯୁଗଳଙ୍କୁ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଉଭୟଙ୍କ ଘର ବାଲେଶ୍ୱରର ବାହାବଳପୁରରେ ବୋଲି ସୂଚନା ମିଳିଛି। ମୃତ ଯୁବକଙ୍କ ନାଁ ପରମାନନ୍ଦ ମୂଳା ଓ ଯୁବତୀଙ୍କ ନାଁ ଆରତି ମୂଳା ବୋଲି ଜଣାପଡ଼ିଛି।