ଗୁରୁବାରଠାରୁ ପୁଣି ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶୀତ ଲହରି ଜାରି ରହିଛି। ଏଭଳି ଶୀତ ପ୍ରକୋପ ଆହୁରି ଗୋଟିଏ ସପ୍ତାହ ରହିବ।  ତେବେ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ସୁମାତ୍ରା ଓ ଦକ୍ଷିଣ ଆଣ୍ଡାମାନ  ନିକଟରେ  ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମେ ୱେଲମାର୍କ ରୂପ ନେଇଛି। ଯାହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୭ ତାରିଖରୁ ବର୍ଷା ହେବ।  ଆଉ ଏହି ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି।  ଏପଟେ ୧୦ ତାରିଖ ପରେ ପୁଣି ଶୀତର ପ୍ରକୋପ ବଢିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।