ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଛି

ଭୁବନେଶ୍ୱର: ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ କିପରି ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଛି, ସେ ନେଇ ଆଜି ଭୁବନେଶ୍ୱରରେ ନିଦିକିଆ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପେଟ୍ରୋଲିୟମ ସଚିବ କେ.ଡି. ତ୍ରିପାଠୀ ଏହି ଅବସରରେ ଉପସ୍ଥିତ ଥିଲେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନା ସମେତ ବା ଗ୍ୟାସ୍‌ ବ୍ୟବହାର ଉପଯୋଗିତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଧର୍ମେନ୍ଦ୍ର କହିଛନ୍ତି, “ଭାରତ ଯେଉଁ ପଦକ୍ଷେପ ନେଇଛି ତାହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏହି ଆର୍ନ୍ତଜାତୀୟ ସେମିନାରର ଉଦ୍ଦେଶ୍ୟ।”