ମୟୂରଭଞ୍ଜ: ବହଳଦାରେ ହାତୀ ଉପଦ୍ରବ

ବାଲେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଧଳପୁର ଗ୍ରାମରେ ଝରଖଣ୍ଡରୁ ଚାଲି ଆସିଥିବା ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ଏହି ଦଳରେ ୮ଟି ହାତୀ ଅଛନ୍ତି। ହାତୀମାନେ ଜମିରେ ପଶି ଧାନ ଗଛକୁ ଦଳି ନଷ୍ଟ କରିଦେଇଛନ୍ତି। ଚାଷୀମାନେ ହାତୀଙ୍କୁ ଘଉଡାଉଥିଲେ ମଧ୍ୟ କିଛି ସମୟ ପରେ ସେମାନେ ପୁଣି ଫେରି ଆସୁଛନ୍ତି।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ଧଳପୁର ଗାଁରେ ପହଞ୍ଚି ହାତୀମାନଙ୍କୁ ଘଉଡାଇବା ସହିତ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।