ସଚିବଙ୍କ ଜିଲ୍ଲାଗସ୍ତରେ ସାମିଲ ହେଲାନି ଫାଇଭ୍-ଟି ଓ ମୋ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛିମାସ ଧରି ପ୍ରଶାସନକୁ ରାଜ୍ୟ ସରକାର ‘ଫାଇଭ୍-ଟି’ର ପାଠ ପଢ଼ାଉଛନ୍ତି ଓ ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ତାଙ୍କ ମନ୍ତ୍ରିମଣ୍ଡଳ ସହଯୋଗୀ ଓ ବିଭିନ୍ନ ବିଭାଗର ସଚିବମାନେ ବି କଥା କଥାକେ ‘ଫାଇଭ-ଟି’ର ଉଦାହରଣ ଦେଉଛନ୍ତି। ‘ଫାଇଭ-ଟି’କୁ ନେଇ ଭୁବନେଶ୍ୱରରେ ରାଜ୍ୟ ସରକାର ତୁମ୍ବିଂତୋଫାନ କରୁଛନ୍ତି କିନ୍ତୁ ଜିଲ୍ଲା ଓ ବ୍ଲକସ୍ତରରେ ଏହା କିଭଳି ପ୍ରଭାବୀ ହେବ ତଥା ସାଧାରଣ ଲୋକମାନେ ଏହାର […]

5d

5d

Tapas Behera
  • Published: Tuesday, 24 September 2019
  • Updated: 24 September 2019, 10:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛିମାସ ଧରି ପ୍ରଶାସନକୁ ରାଜ୍ୟ ସରକାର ‘ଫାଇଭ୍-ଟି’ର ପାଠ ପଢ଼ାଉଛନ୍ତି ଓ ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ତାଙ୍କ ମନ୍ତ୍ରିମଣ୍ଡଳ ସହଯୋଗୀ ଓ ବିଭିନ୍ନ ବିଭାଗର ସଚିବମାନେ ବି କଥା କଥାକେ ‘ଫାଇଭ-ଟି’ର ଉଦାହରଣ ଦେଉଛନ୍ତି। ‘ଫାଇଭ-ଟି’କୁ ନେଇ ଭୁବନେଶ୍ୱରରେ ରାଜ୍ୟ ସରକାର ତୁମ୍ବିଂତୋଫାନ କରୁଛନ୍ତି କିନ୍ତୁ ଜିଲ୍ଲା ଓ ବ୍ଲକସ୍ତରରେ ଏହା କିଭଳି ପ୍ରଭାବୀ ହେବ ତଥା ସାଧାରଣ ଲୋକମାନେ ଏହାର ସୁଫଳ ପାଇବେ ସେ ସମ୍ପର୍କରେ ସାମାନ୍ୟତମ ଆଗ୍ରହ ଦେଖାଉନାହାନ୍ତି। ଯାହାର ନଗ୍ନ ଉଦାହରଣ ସଚିବମାନଙ୍କ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଓ ଆବଣ୍ଟିତ କାର୍ଯ୍ୟ। ୩୦ଟି ଜିଲ୍ଲାକୁ  ୩୦ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଆବଣ୍ଟିତ ହୋଇଥିବାବେଳେ ୧୩ଟି କାର୍ଯ୍ୟକ୍ରମକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କୁହାଯାଇଛି। ସଚିବମାନେ ଜିଲ୍ଲା ଗସ୍ତ କରି ଏହି ୧୩ଟି କାର୍ଯ୍ୟକ୍ରମ ଉପରେ ନିଜର ମତାମତ ଦେବାସହ ସେଗୁଡ଼ିକ କିଭଳି ପ୍ରଭାବଶାଳୀ ଢଙ୍ଗରେ ଜିଲ୍ଲାରେ କାର୍ଯ୍ୟକାରୀ ହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ତେବେ ସଚିବମାନଙ୍କୁ ଜାରି ହୋଇଥିବା ଏହି ଚିଠିରେ କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ-ଟି’ କିମ୍ବା ‘ମୋ ସରକାର’ କଥା ଉଲ୍ଲେଖ ନାହିଁ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ୩୦ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୩୦ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକ ସମ୍ପୃକ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ତଦାରଖ ଦାୟିତ୍ୱରେ ରହିବ। ସେମାନେ ଜିଲ୍ଲା ଗସ୍ତରୁ ଫେରିବାର ସପ୍ତାହକ ମଧ୍ୟରେ ନିଜର ଗସ୍ତ ବିବରଣୀ ଓ ସମୀକ୍ଷା ସମ୍ପର୍କରେ ସରକାରଙ୍କୁ ଲିଖିତ ଭାବେ ଅବଗତ କରିବେ। ଡିଏମଏଫ ଓ ଓଏମବିଏଡିସି ଜିଲ୍ଲାଗୁଡ଼ିକର ପାଣ୍ଠି ଯେଭଳି ସଠିକ୍ ଓ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହେବ ତାହା ତଦାରଖ କରିବାକୁ ବି କୁହାଯାଇଛି। ଯେଉଁ ୧୦ଟି ଆକାଂକ୍ଷା ଜିଲ୍ଲା ଦାୟିତ୍ୱରେ ଆଇଏଏସଙ୍କୁ ଦିଆଯାଇଛି ସେମାନେ ବିଭିନ୍ନ ମାନଦଣ୍ଡକୁ ତଦାରଖ କରି ସ୍ୱତନ୍ତ୍ର ଭାବେ ନୋଟସିଟ୍ ପଠାଇବାକୁ କୁହାଯାଇଛି।

ଯେଉଁ ୧୩ଟି କାର୍ଯ୍ୟକ୍ରମକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ତା’ହେଲା- ମମତା, ବିଜୁ ପକ୍କାଘର,କ୍ଲଷ୍ଟର ବୋରୱେଲ-ଡିପ୍ ବୋରୱେଲ ଓ ଉଠା ଜଳସେଚନ, ମିଶନ ଶକ୍ତି, ନିରାମୟ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପାନୀୟ ଜଳ, ଗ୍ରାମାଞ୍ଚଳ ବିଦ୍ୟୁତିକରଣ, ସାଧାରଣ ବଣ୍ଟନ ବ୍ୟବସ୍ଥା-ଏନଏଫଏସଏ, ପେନସନ ସ୍କିମ(ଭତ୍ତା), ସର୍ବଶିକ୍ଷା ଅଭିଯାନ ଓ ହଷ୍ଟେଲ, ଆଇସିଡିଏସ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା। ଜିଲ୍ଲା ଗସ୍ତବେଳେ ଏହି ୧୩ଟି କାର୍ଯ୍ୟକ୍ରମ ଉପରେ ଫୋକସ ଦେବା ପାଇଁ ରାଜ୍ୟ ସରକାର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଓ ‘କାଳିଆ’ ଯୋଜନା ସମେତ ‘ମୋ ସରକାର’ କାର୍ଯ୍ୟକ୍ରମ ତଳସ୍ତରରେ କିଭଳି ଅଧିକ ଫଳପ୍ରଦ ହୋଇପାରିବ ତଥା ସାଧାରଣ ଲୋକମାନେ ତା’ର ଫାଇଦା ନେବେ ସେ ସମ୍ପର୍କରେ କିଛି କୁହାଯାଇନି।

ଯେଉଁ ୩୦ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି ସେମାନେ ହେଲେ ପ୍ରଦୀପ୍ତ କୁମାର ମହାପାତ୍ର- ଢେଙ୍କାନାଳ, ସିଜେ ବେଣୁଗୋପାଳ-ଅନୁଗୁଳ, ପ୍ରଦୀପ କୁମାର ଜେନା-ଜଗତସିଂହପୁର, ମୋନା ଶର୍ମା- କେନ୍ଦୁଝର, ସଞ୍ଜିବ ଚୋପ୍ରା- କନ୍ଧମାଳ, ଗୁଡେ ଶ୍ରୀନିବାସ- ସମ୍ବଲପୁର, ଅନୁ ଗର୍ଗ- ରାୟଗଡ଼ା, ବିଜୟ ଅରୋରା-ବାଲେଶ୍ୱର, ସୌରଭ ଗର୍ଗ-କୋରାପୁଟ, ଡିକେ ସିଂହ-କଳାହାଣ୍ଡି, ନିକୁଞ୍ଜ ବିହାରୀ ଧଳ-ଖୋର୍ଦ୍ଧା, ଏକେକେ ମୀନା-ଭଦ୍ରକ, ରଞ୍ଜନା ଚୋପ୍ରା-ନୟାଗଡ଼, ଜି ମାଥିଭାଥାନନ-ଝାରସୁଗୁଡ଼ା, ହେମନ୍ତ ଶର୍ମା-ନବରଙ୍ଗପୁର, ଚିତ୍ରା ଅରୁମୁଗମ- କଟକ, ବିଷ୍ଣୁପଦ ସେଠୀ-ଗଞ୍ଜାମ, ଏସକେ ଲୋହାନୀ-ବୌଦ୍ଧ, ଶାଶ୍ୱତ ମିଶ୍ର-ନୂଆପଡ଼ା, ଭିଭି ଯାଦବ- ମାଲକାନଗିରି, ବିଶାଳ କୁମାର ଦେବ-ମୟୂରଭଞ୍ଜ, ଏସକେ ସିଂହ- ଗଜପତି, ପ୍ରମୋଦ କୁମାର ମେହେର୍ଦ୍ଦା-ବଲାଙ୍ଗିର, ବିଶାଳ ଗଗନ-ସୋନପୁର, ଭାସ୍କରଜ୍ୟୋତି ଶର୍ମା-ସୁନ୍ଦରଗଡ଼, ଶୁଭ୍ରା ଶର୍ମା- କେନ୍ଦ୍ରାପଡ଼ା, କିଷନ କୁମାର-ଯାଜପୁର, ଏନବି ଜାୱେଲେ- ଦେବଗଡ଼, ଅର୍ଚ୍ଚନା ପଟ୍ଟନାୟକ-ପୁରୀ ଓ ଆର ରଘୁପ୍ରସାଦଙ୍କୁ ବରଗଡ଼ ଜିଲ୍ଲା ଆବଣ୍ଟିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story