ମା’ ନାଁ ସମାନ ଥିବାରୁ ବଦଳି ଗଲା ଶିଶୁ!

କେନ୍ଦୁଝର: ନବଜାତ ସନ୍ତାନ ମରିଯିବା ପରେ ପୋତି ଶୁଦ୍ଧିକ୍ରିୟା ସାରିଥିଲେ । ହେଲେ ୩ ଦିନ ପରେ ପୁଣି ମା’ କୋଳକୁ ଫେରିଛି ଶିଶୁପୁତ୍ର । ଅସମ୍ଭବ ଲାଗୁଥିଲେ ବି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଅନ୍ୟପକ୍ଷେ ଏହି ଘଟଣାର ତଦନ୍ତ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାଟି ଏହି ପରି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଛାମୁଣ୍ଡା ଶିରିଆବାହାଳ ଗାଁର ରୀନା ନାଏକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ ଅସୁସ୍ଥ […]

rina-nayak

rina-nayak

Rakesh Mallick
  • Published: Monday, 04 January 2016
  • Updated: 04 January 2016, 05:29 PM IST

Sports

Latest News

କେନ୍ଦୁଝର: ନବଜାତ ସନ୍ତାନ ମରିଯିବା ପରେ ପୋତି ଶୁଦ୍ଧିକ୍ରିୟା ସାରିଥିଲେ । ହେଲେ ୩ ଦିନ ପରେ ପୁଣି ମା’ କୋଳକୁ ଫେରିଛି ଶିଶୁପୁତ୍ର । ଅସମ୍ଭବ ଲାଗୁଥିଲେ ବି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଅନ୍ୟପକ୍ଷେ ଏହି ଘଟଣାର ତଦନ୍ତ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାଟି ଏହି ପରି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଛାମୁଣ୍ଡା ଶିରିଆବାହାଳ ଗାଁର ରୀନା ନାଏକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ ଅସୁସ୍ଥ ହେବାରୁ ଶିଶୁଟିକୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଡିସେମ୍ୱର ୩୧ ତାରିଖରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ତେଣୁ ମୃତ ଶିଶୁକୁ ନେଇ ସେମାନେ ଗାଁକୁ ଫେରି ଯାଇଥିଲେ। ଶିଶୁଟିକୁ ମଶାଣିରେ ପୋତି ପରିବାର ଲୋକେ ଶୁଦ୍ଧକ୍ରିୟା ଶେଷ କରି ଥିଲେ। ତେବେ ୩ ଦିନ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସେମାନଙ୍କ ପାଖକୁ ଏକ ଫୋନ୍ ଆସିଥିଲା। ଛୁଆକୁ ଡାକ୍ତରଖାନାରେ ଛାଡ଼ି କୁଆଡ଼େ ପଳାଇଛ ବୋଲି ଫୋନ୍ କରିଥିବା କର୍ମଚାରୀ ଜଣଙ୍କ ସେମାନଙ୍କୁ କୁହିଥିଲେ। ତା’ପରେ ପରିବାର ଲୋକେ ଡାକ୍ତରଖାନାକୁ ଯାଇଥିଲେ ଓ ତାଙ୍କ ଛୁଆ ଜୀବିତ ଥିବା ଦେଖିଥିଲେ। ସେଠାରେ ସେମାନେ ଜାଣିବାକୁ ପାଇଥିଲେ ଯେ ମରିଥିବା ଛୁଆଟି ସେମାନଙ୍କର ନୁହେଁ। ମରି ଥିବା ଶିଶୁଟି ଅନ୍ୟ ଜଣଙ୍କର ଥିଲା। ସେମାନଙ୍କୁ ଭୁଲରେ ସେହି ମୃତ ଶିଶୁଟିକୁ ଦିଆଯାଇଥିଲା। ମୃତ ଶିଶୁଟିର ମା’ଙ୍କ ନାଁ ବି ରୀନା ନାଏକ। ତେଣୁ ଏମିତିକା ଭୁଲ୍ ହୋଇଯାଇଥିଲା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ଶିଶୁପୁତ୍ରଟିର ବାପା ରମେଶ ନାଏକ କହିଛନ୍ତି, ମୃତ ଶିଶୁଟିକୁ ପାଇବା ପରେ ଆମେ ଶୁଦ୍ଧିକ୍ରିୟା ସାରି ଥିଲୁ। କିନ୍ତୁ ତା’ପରେ ମେଡିକାଲରୁ ଫୋନ୍ ପାଇଥିଲୁ। ସେଠାରେ ପହଞ୍ଚିବା ପରେ ଆମେ ଜାଣିଲୁ ଆମ ଛୁଆ ବଞ୍ଚିଛି।

ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଡ. ଅଜୟ ମହାନ୍ତି କହିଛନ୍ତି, ଆମ ଡାକ୍ତରଖାନାରେ ୨ଟି ଶିଶୁ ଭର୍ତ୍ତି ହୋଇଥିଲେ। ଦୁଇ ଜଣ ଯାକ ଶିଶୁଙ୍କ ମା’ ନାଁ ରୀନା ନାଏକ। ଜଣେ ଶିଶୁ (ମୃତ)ର ଓଜନ ୧ କେଜି ଥିଲା ଓ ଅନ୍ୟ ଜଣେ ଶିଶୁର ଓଜନ ଅଢ଼େଇ କେଜିରୁ ଅଧିକ ଥିଲା। ଜଣେ ଛୁଆ ବାହାରେ ଜନ୍ମ ଗ୍ରହଣ କରିଥିଲା ଓ ଅନ୍ୟ ଜଣେ ଆମ ହସପିଟାଲରେ ଜନ୍ମ ହୋଇଥିଲା। ଯେଉଁ ଛୁଆଟି ହସପିଟାଲରେ ଜନ୍ମ ହୋଇଥିଲା, ତା’ର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁଟିକୁ ହସ୍ତାନ୍ତର କଲା ବେଳେ ଉପସ୍ଥିତ ଦିଦି ରୀନା ନାଏକ ବୋଲି ଡାକିଥିଲେ। ସେତେବେଳେ ଶିରିଆବାହାଳ ଗାଁରୁ ଆସିଥିବା ରୀନା ନାଏକ ଯାଇକି ମୃତ ଛୁଆଟିକୁ ନେଇ ଯାଇଥିଲେ। ଅନ୍ୟ ଛୁଆଟିର ସ୍ୱାସ୍ଥ୍ୟରେ ଯେତେବେଳ ଟିକେ ଉନ୍ନତି ଘଟିଲା, ସେତେବେଳେ ତା’ ମା’କୁ ଖୋଜା ପଡ଼ିଲା। ସେହି ସମୟରେ ଜଣାପଡ଼ିଲା ଯେ ମୃତ ଛୁଆଟିକୁ ଭୁଲ୍ ଲୋକଙ୍କୁ ଦେଇ ଦିଆଯାଇଛି। ଏହା ପରେ ସେମାନଙ୍କୁ ଡକାଯାଇଥିଲା। ଏହା ସହିତ ମୃତ ଶିଶୁଟିର ବାପାମା’ଙ୍କୁ ମଧ୍ୟ କାଉନସେଲିଂ କରାଯାଇଥିଲା। ସେମାନେ କହିଥିଲେ ଯେ ତାଙ୍କ ଛୁଆଟିର ଓଜନ ଜନ୍ମ ବେଳେ ୧ କେଜି ଥିଲା। ସାତ ମାସରେ ତାଙ୍କର ଛୁଆ ଜନ୍ମ ହୋଇଥିଲା। ଶିରିଆବାହାଳ ଗାଁର ରୀନା ନାଏକ ଏହା ପୂର୍ବରୁ ବି ତାଙ୍କ ଛୁଆକୁ ଏଠାକୁ ଆଣିଥିଲେ ଓ ଚିକିତ୍ସା କରିଥିଲେ। ଦୁଇଟି ଯାକ ଛୁଆଙ୍କ ମା’ଙ୍କ ନାଁ ସମାନ ହୋଇଥିବା ଯୋଗୁଁ ଏମିତିକା ଭୁଲ୍ ହୋଇଗଲା ବୋଲି ଡାକ୍ତର ସଫେଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story