ଶକ୍ତି ପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ ଶକ୍ତି ପୀଠ ଗୁଡିକରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା। ଏହି ଅବସରରେ ଦୈନଦିନ ଠାକୁରାଣୀଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେଉଛି। ଆଜି ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶ ଆସନ୍ତାକାଲି ପର୍ଯ୍ୟନ୍ତ ରହିବ। ଭକ୍ତମାନେ ଧାଡ଼ିରେ ଯାଇ ମା’ଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି କଟକର ଅଧିଷ୍ଠାତ୍ରୀ ଦେବୀ କଟକଚଣ୍ଡୀ ଉଗ୍ରତାରା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମା’ଙ୍କୁ ଦର୍ଶନ କରୁଛନ୍ତି। ଗଡ଼ଚଣ୍ଡି ମହା ସରସ୍ୱତୀ ବେଶ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ବାଙ୍କିର ଚର୍ଚ୍ଚିକାଙ୍କ ପୀଠରେ ନିଷ୍ଠାର ସହ ରୀତି ନୀତିରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ଏହି ସମୟରେ ମାଆଙ୍କ ନିକଟରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି ହେଉଛି। ମହାଷ୍ଟମୀରେ ମାଆ ଚର୍ଚ୍ଚିକା ୧୦୮ ରୌପ୍ୟ ମୁଣ୍ଡମାଳ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’