କାଲି ବନ୍ଦ ରହିବ ମା’ ତାରିଣୀ ମନ୍ଦିର, ଧବଳେଶ୍ୱର ପୀଠରେ ୧୪୪ ଧାରା

କେନ୍ଦୁଝର/ଆଠଗଡ଼ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମକର ସଂକ୍ରାନ୍ତି। ଏଣୁ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ତେବେ ଏବେ ପୁଣି କରୋନା ସଂକ୍ରମଣ ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମନ୍ଦିର ଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ କରାଯାଉଛି। ଆସନ୍ତାକାଲି କେନ୍ଦୁଝର ଜିଲ୍ଲା  ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ମା’ ତାରିଣୀଙ୍କ […]

ghata-gaa

ghata-gaa

Tapaswini Nayak
  • Published: Thursday, 13 January 2022
  • Updated: 13 January 2022, 01:08 PM IST

Sports

Latest News

କେନ୍ଦୁଝର/ଆଠଗଡ଼ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମକର ସଂକ୍ରାନ୍ତି। ଏଣୁ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ତେବେ ଏବେ ପୁଣି କରୋନା ସଂକ୍ରମଣ ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମନ୍ଦିର ଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ କରାଯାଉଛି। ଆସନ୍ତାକାଲି କେନ୍ଦୁଝର ଜିଲ୍ଲା  ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସନ୍ତି। ଏଣୁ ଏହାକୁ ଏଡ଼ାଇବାକୁ ଆସନ୍ତାକାଲି ଏଠାରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।

କାଲି ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ। ହେଲେ ମା'ଙ୍କ ନୀତିକାନ୍ତି ଯଥାରୀତି ସଂପନ୍ନ କରାଯିବ। ମା’ଙ୍କ ବେଶ, ସକାଳ ଆଳତି , ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଳତି ଯଥାର ସଂପାଦନ ହେବ ବୋଲି ଟ୍ରଷ୍ଟ ବୋର୍ଡର ସଭାପତି ରାଜେନ୍ଦ୍ର ପଟ୍ଟନାଏକ ସୂଚନା ଦେଇଛନ୍ତି।

ସେହିଭଳି ମକର ସଂକ୍ରାନ୍ତି ପାଇଁ କଟକ ଜିଲ୍ଲାର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ଏଠାରେ ବି ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କାଲି ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ପ୍ରଶାସନ।କେବଳ ସେବାୟତଙ୍କୁ ନେଇ ନୀତିକାନ୍ତି ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read