୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ

ଲମତାପୁଟ(ଓଡ଼ିଶା ରିପୋର୍ଟର):  ଜିଓ ମୋବାଇଲ ଟ୍ୱାୱାର ସ୍ଥାପନ କରିବା ଦାବିରେ ୧୨ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା ଦେଇଛନ୍ତି  ଅଞ୍ଚଳବାସୀ। ସକାଳ ୬ ଟାରୁ ସନ୍ଧ୍ୟା ୬ଯାଏ ଏହି ବନ୍ଦ ପାଳନ କରାଯାଇଛି । ବନ୍ଦ ଡାକରା ଯୋଗୁ ବସ୍‌ଚଳାଚଳ ବନ୍ଦ ରହିବା ସହ ମାଛକୁଣ୍ଡ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଛି।  ଏହାସହ ବ୍ୟାଙ୍କ ସେବା,ସ୍କୁଲ ଗୁଡିକ ମଧ୍ୟ ବନ୍ଦ  ରହିଛି। ଚିକେନପୁଟ, ବାଦିଗଡ଼ ଓ ଅନକାଡେଲ୍ଲୀ ଗ୍ରାମ ପଞ୍ଚାୟତରେ ଜିଓ ମୋବାଇଲ ସେବା […]

Strike

Strike

Tapaswini Nayak
  • Published: Monday, 20 December 2021
  • Updated: 20 December 2021, 11:49 AM IST

Sports

Latest News

ଲମତାପୁଟ(ଓଡ଼ିଶା ରିପୋର୍ଟର):  ଜିଓ ମୋବାଇଲ ଟ୍ୱାୱାର ସ୍ଥାପନ କରିବା ଦାବିରେ ୧୨ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା ଦେଇଛନ୍ତି  ଅଞ୍ଚଳବାସୀ। ସକାଳ ୬ ଟାରୁ ସନ୍ଧ୍ୟା ୬ଯାଏ ଏହି ବନ୍ଦ ପାଳନ କରାଯାଇଛି । ବନ୍ଦ ଡାକରା ଯୋଗୁ ବସ୍‌ଚଳାଚଳ ବନ୍ଦ ରହିବା ସହ ମାଛକୁଣ୍ଡ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଛି।  ଏହାସହ ବ୍ୟାଙ୍କ ସେବା,ସ୍କୁଲ ଗୁଡିକ ମଧ୍ୟ ବନ୍ଦ  ରହିଛି।

[caption id="attachment_700251" align="aligncenter" width="650"]Strike ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିଛି[/caption]

ଚିକେନପୁଟ, ବାଦିଗଡ଼ ଓ ଅନକାଡେଲ୍ଲୀ ଗ୍ରାମ ପଞ୍ଚାୟତରେ ଜିଓ ମୋବାଇଲ ସେବା ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏସ୍‌ନାଲ୍‌ ମୋବାଇଲ ସେବା ରହିଥିଲେ ମଧ୍ୟ  ଏଥିରେ ଠିକ୍‌ରେ ନେଟୱାର୍କ ଆସୁନାହିଁ।   ଫଳରେ  ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ପାଠପଢ଼ିବା ପାଇଁ  ଅସୁବିଧା ସୃଷ୍ଟି ହେଉଛି।  ବିଏସ୍‌ନାଲ୍‌ ନେଟୱାର୍କ ଠିକ୍‌ରେ ରହୁ ନଥିବାରୁ  କୌଣସି ଜରୁରୀ କାଳୀନ ସୂଚନା ଦେବା ପାଇଁ  ଲୋକେ ବଞ୍ଚିତ ହେଉଛନ୍ତି।  ଏଥିପାଇଁ ମାଛକୁଣ୍ଡ ଅଞ୍ଚଳରେ  ଜିଓ ମୋବାଇଲ ଟ୍ୱାୱାର ବସାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏହି ବନ୍ଦ ଡାକରାକୁ ବାଦିଗଡ଼,ଚିକେନପୁଟ ପଞ୍ଚାୟତବାସୀ ସମେତ ମାଛକୁଣ୍ଡ ବ୍ୟବସାୟୀ ସଂଘ ମଧ୍ୟ ସମର୍ଥନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos