ମଧ୍ୟାହ୍ନ ଭୋଜନ ଦିଆ ନ ଯାଇ ପାରିଲେ ପିଲାଙ୍କୁ ଭତ୍ତା ଦେବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ବିରୋଧ

ଭୁବନେଶ୍ୱର: ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ନ ଯାଇ ପାରିଲେ ଭତ୍ତା ଦେବା ପ୍ରସ୍ତାବକୁ ବିରୋଧ କରିଛନ୍ତି ରାଜ୍ୟ ସରକାର। ଏ ନେଇ ପୂର୍ବରୁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଆଦିବାସୀ ହେଷ୍ଟଲର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବା ନେଇ ମଧ୍ୟ ଦ୍ୱନ୍ଦ ସୃଷ୍ଟି ହୋଇଛି। ଏସବୁ ଭିତରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ନେଇ ରାଜ୍ୟ ସରକାର ୭ଟି ରୁଲ୍ ଫ୍ରେମ କରିଛନ୍ତି। ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ […]

mdm

mdm

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 03:59 PM IST

Sports

Latest News

ଭୁବନେଶ୍ୱର: ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ନ ଯାଇ ପାରିଲେ ଭତ୍ତା ଦେବା ପ୍ରସ୍ତାବକୁ ବିରୋଧ କରିଛନ୍ତି ରାଜ୍ୟ ସରକାର। ଏ ନେଇ ପୂର୍ବରୁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଆଦିବାସୀ ହେଷ୍ଟଲର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବା ନେଇ ମଧ୍ୟ ଦ୍ୱନ୍ଦ ସୃଷ୍ଟି ହୋଇଛି। ଏସବୁ ଭିତରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ନେଇ ରାଜ୍ୟ ସରକାର ୭ଟି ରୁଲ୍ ଫ୍ରେମ କରିଛନ୍ତି।

ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ କରିବା ଲାଗି ବିଜ୍ଞପ୍ତି ଜାରି କରିଥିଲେ କେନ୍ଦ୍ର ସରକାର। କୌଣସି କାରଣରୁ ପିଲାଙ୍କୁ ମାସିକ ୫ ଦିନ ମଧ୍ୟାହ୍ନ ଭୋଜନ ଦିଆଯାଇ ନ ପାରିଲେ ଭତ୍ତା ଦେବାକୁ ଏଥିରେ କୁହାଯାଇଥିଲା। ତେବେ କେନ୍ଦ୍ରର ଏହି ପ୍ରସ୍ତାବକୁ ରାଜ୍ୟ ସରକାର ବିରୋଧ କରିଛନ୍ତି । ଭତ୍ତା ମଧ୍ୟାହ୍ନ ଭୋଜନର ବିକଳ୍ପ ନୁହେଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା କହିଛନ୍ତି। ନିଷ୍ପତ୍ତିର ପୁନର୍ବିଚାର ପାଇଁ ମଧ୍ୟ ସେ ଦାବି କରିଛନ୍ତି।

ଏପଟେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ନେଇ ରାଜ୍ୟ ସରକାର ୭ଟି ରୁଲ୍ ଫ୍ରେମ କରିଛନ୍ତି।  ରାଜ୍ୟର ୧୩ଟି ଆଦିମ ଅଧିବାସୀଙ୍କୁ ମାଗଣାରେ ରେସନ କାର୍ଡ ଯୋଗାଣ, ରେସନ କାର୍ଡ ମ୍ୟାନଜମେଣ୍ଟ ସିଷ୍ଟମ ମାଧ୍ୟମରେ ୩ ମାସ ଭିତରେ ତ୍ରୁଟି ସଂଶୋଧନ ଓ ଭିଜଲାନ୍ସ ମନିଟରିଂ ସିଷ୍ଟମ ଏହା ମଧ୍ୟରେ ରହିଛି। ତେବେ ଆଦିବାସୀ ହେଷ୍ଟଲର ଅନ୍ତେବାସୀଙ୍କୁ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯିବ ନେଇ ଦ୍ୱନ୍ଦ ଦେଖାଦେଇଛି। କାରଣ ଏବେ ଆଦିବାସୀ ହେଷ୍ଟଲଗୁଡିକରେ ୪ ଲକ୍ଷ ୮୮ ହଜାର ୫୫୫ ପିଲା ରହୁଛନ୍ତି। ଏମାନଙ୍କ ଭିତରୁ ମାତ୍ର ୬୨ ହଜାର ୭୯୫ ଜଣଙ୍କ ପାଇଁ କେନ୍ଦ୍ର ବିପିଏଲ ଦରରେ ଚାଉଳ ଦେଉଛି। ତେଣୁ ସବୁ ପିଲାଙ୍କୁ କେମିତି ଆଇନରେ ଅନ୍ତର୍ଭୁକ୍ତ କରାଯିବା ବୋଲି ରାଜ୍ୟ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୂଚାଯୋଗ୍ୟ ଯେ, ନଭେମ୍ୱର ୧ରୁ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେବା ସହ ହିତାଧିକାରୀ ରିହାତି ଦରରେ ଚାଉଳ ଓ ଗହମ ପାଇବେ। ସେଇ ଦିନରୁ ଫୁଡ୍ କମିସନ ଓ ଜିଲ୍ଲାସ୍ତରରେ ଗ୍ରିଭାନ୍ସ ରିଡ୍ରେସାଲ ଅଫିସର ନିଯୁକ୍ତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos