ମହାନାୟକ ହେବାକୁ ଯାଇ ମୁଖ୍ୟମନ୍ତ୍ରୀ ଗୃହରେ ଖଳନାୟକ ବନିଗଲେ: ନରସିଂହ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗତକାଲି ଗୃହରେ ରଖିଥିବା ଉତ୍ତରକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସ୍ୱାର୍ଥ ବିରୋଧୀ କହିଥିବା ବେଳେ କଂଗ୍ରେସ ଆଉ ପାଦେ ଆଗେଇ ଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଖଳନାୟକ କହିବାକୁ ପଛାଇ ନାହାନ୍ତି। ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ନରସିଂହ କହିଛନ୍ତି,“ମୁଁ ଆଗରୁ କହିଥିଲି, ମୁଖ୍ୟମନ୍ତ୍ରୀ ବାହାରେ ହିରୋ, ଗୃହରେ ଜିରୋ। ଗତକାଲି ଗୃହରେ ଉତ୍ତର ରଖିବା ବେଳେ […]

congress

congress

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 10:36 PM IST

Sports

Latest News

congressଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗତକାଲି ଗୃହରେ ରଖିଥିବା ଉତ୍ତରକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସ୍ୱାର୍ଥ ବିରୋଧୀ କହିଥିବା ବେଳେ କଂଗ୍ରେସ ଆଉ ପାଦେ ଆଗେଇ ଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଖଳନାୟକ କହିବାକୁ ପଛାଇ ନାହାନ୍ତି। ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ନରସିଂହ କହିଛନ୍ତି,“ମୁଁ ଆଗରୁ କହିଥିଲି, ମୁଖ୍ୟମନ୍ତ୍ରୀ ବାହାରେ ହିରୋ, ଗୃହରେ ଜିରୋ। ଗତକାଲି ଗୃହରେ ଉତ୍ତର ରଖିବା ବେଳେ ମୁଖ୍ୟମନ୍ତ୍ରୀ ହିରୋ ହେବାକୁ ଚେଷ୍ଟା କରିଥିଲେ। ହେଲେ ସେ ମହାନାୟକ ହେବା ପରିବର୍ତ୍ତେ ଖଳନାୟକ ହୋଇଗଲେ।”

ସେ କହିଛନ୍ତି,“ମହାନଦୀ ପ୍ରସଙ୍ଗ ଆଲୋଚନା ବେଳେ ସବୁ ଦଳର ବିଧାୟକ ସ୍ୱୀକାର କରିଥିଲେ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ କଲେ ହୀରାକୁଦ ଶୁଖିଲା ହୋଇଯିବ, ନଦୀରେ ପାଣି କମିଯିବ। ଆପଣ(ମୁଖ୍ୟମନ୍ତ୍ରୀ) ମଧ୍ୟ କହିଥିଲେ ଗୃହରେ ମହାନଦୀକୁ ନେଇ ଓଡ଼ିଶାବାସୀଙ୍କ ମତ ଜାଣିବାକୁ ପାଇଲି। ଏହାସହ ମଧ୍ୟ କହିଲେ, ସେ ଓ ତାଙ୍କ ଦଳ ମହାନଦୀ ଜଳ ବିବାଦର ସାମ୍ନା କରି ପାରିବେ। ଅର୍ଥାତ ପରୋକ୍ଷରେ ସେ କୌଣସି ଦଳର ସହଯୋଗ ଆବଶ୍ୟକ କରୁ ନ ଥିବା କହିଛନ୍ତି। ଗୃହରେ ଲୋକମତ ଥିଲା, ମହାନଦୀ ସମସ୍ୟାର ସମାଧାନ ପାଇଁ ମିଳିତ ଉଦ୍ୟମ କରାଯାଉ। ହେଲେ ଆପଣ ତାକୁ ପ୍ରତ୍ୟାଖାନ କାହିଁକି କଲେ ?”

ନରସିଂହ ଅଭିଯୋଗ କରିଛନ୍ତି,“୨୦୦୧ରେ ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କୁ କୌଣସି ପ୍ରକଳ୍ପ ନିର୍ମାଣ କରିବାକୁ ଦିଆଯିବ ନାହିଁ। ଏହାମଧ୍ୟ କହିଥିଲେ, ମୁଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଚିଠି ଲେଖି ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ସେତେବେଳେ କେନ୍ଦ୍ରରେ ଜଳସମ୍ପଦ ମନ୍ତ୍ରୀ ବିଜେଡି ସାଂସଦ ଥିଲେ। ତେବେ ସେ ଯେଉଁ କଥା କହୁଥିଲେ ତାକୁ ରଖିବାରେ କାହିଁକି ବିଫଳ ହେଲେ ତା’ର ଉତ୍ତର ଆମେ ଦାବି କରିଥିଲୁ। ହେଲେ ମୁଖ୍ୟମନ୍ତ୍ରୀ କୌଣସି ଉତ୍ତର ଦେଇପାରି ନ ଥିଲେ। ସେତେବେଳେ କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ରେ ଏନ୍‌ଡିଏ ସରକାର ଥିଲା। ସେ ଚାହିଁଥିଲେ ସେତେବେଳେ ଛତିଶଗଡ଼ ସବୁ ପ୍ରକଳ୍ପ ବନ୍ଦ କରିପାରିଥାନ୍ତେ। ଏବେ କହୁଛନ୍ତି ଛତିଶଗଡ଼ ପ୍ରକଳ୍ପ କାମ ବନ୍ଦ ନ କଲେ ଆମେ ଆଲୋଚନା କରିବୁ ନାହିଁ। ସେତେବେଳେ କାହିଁକି ଏ କଥା କହୁ ନ ଥିଲେ? ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେତେବେଳେ ଛତିଶଗଡ଼ରେ ଚାଲିଥିବା ଯୋଜନାକୁ ବନ୍ଦ କରାଗଲା ନାହିଁ। କାରଣ ସେହି ଶିଳ୍ପପତିମାନେ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିଛନ୍ତି।”

ସେ ଆହୁରି କହିଛନ୍ତି,“୨୦୧୦ରେ ବିଜେଡିର ଜଣେ ମନ୍ତ୍ରୀ କହିଥିଲେ ଛତିଶଗଡ଼ ସରକାର କରିଥିବା ବିଭିନ୍ନ ପ୍ରକଳ୍ପ ଦ୍ୱାରା ମହାନଦୀରେ ଜଳ ପ୍ରଭାବ ବାଧାପ୍ରାପ୍ତ ହେଉନାହିଁ। ହୀରାକୁଦକୁ ଯେଉଁ ପରିମାଣରେ ପାଣି ଆସୁଥିଲା ତା’ଠାରୁ ଅଧିକ ପାଣି ଆସୁଛି। ଏହି ଯୋଜନା ହେବା ପରେ ମହାନଦୀ ତଳମୁଣ୍ଡକୁ ୨୪ ପ୍ରତିଶତ ଅଧିକ ପାଣି ଆସୁଛି। ଏହାକୁ ନେଇ ଆମେ ପ୍ରଶ୍ନ କରିଥିଲୁ ଯେ ପ୍ରକଳ୍ପ ନିର୍ମାଣ ହେଲେ ପାଣି କମିବା ପରିବର୍ତ୍ତେ ଅଧିକ ଆସୁଛି କେଉଁଠୁ ? ହେଲେ ମୁଖ୍ୟମନ୍ତ୍ରୀ ଏହାର କୌଣସି ଉତ୍ତର ଦେଇ ନ ଥିଲେ।”

୨୦୧୬ରେ ହଠାତ କାହିଁକି ମହାନଦୀରେ ପାଣି କମିଯିବ ବୋଲି ମୁଖ୍ୟମନ୍ତ୍ରୀ ଓ ବିଜେଡି କହୁଛନ୍ତି, ତାହା ଓଡ଼ିଶାବାସୀ ଜଣାଇବାର ଆବଶ୍ୟକତା ରହିଛି ଓ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି।

ସେ ଆହୁରି କହିଛନ୍ତି,“କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଡାକରାରେ ଆପଣ ଦିଲ୍ଲୀ ଯାଇଥିଲେ। ସେଠାରେ କେନ୍ଦ୍ରମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ, ଗୃହକୁ ଜଣାଇବାକୁ ଆମେ ଦାବି କରିଥିଲୁ। ହେଲେ କାହିଁକି ସେ ସମ୍ପର୍କରେ କିଛି କହିଲେ ନାହିଁ? ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେବାର ଆବଶ୍ୟକତା ରହିଛି। ସବୁକଥା ଲୁଚାଇବାକୁ ସେ କହିଁକି ଚାହୁଁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story