ମହାନଦୀ ବିବାଦ: ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଶ କଲେ ରମଣ ସିଂ

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ଛତିଶଗଡ଼ ସରକାର ସମସ୍ତ ତଥ୍ୟ ଉପସ୍ଥାପନ କରିବେ। ଏହି ବୈଠକ ବସିବା ପୂର୍ବରୁ ଗତକାଲି ରାୟପୁରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏ ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ଛତିଶଗଡ଼ ସରକାର ସମସ୍ତ ତଥ୍ୟ ଉପଯୁକ୍ତ ପ୍ରମାଣ […]

ramana sing

ramana sing

Rakesh Mallick
  • Published: Friday, 02 September 2016
  • Updated: 02 September 2016, 12:16 PM IST

Sports

Latest News

ramna sing ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ଛତିଶଗଡ଼ ସରକାର ସମସ୍ତ ତଥ୍ୟ ଉପସ୍ଥାପନ କରିବେ। ଏହି ବୈଠକ ବସିବା ପୂର୍ବରୁ ଗତକାଲି ରାୟପୁରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏ ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ।

କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ଛତିଶଗଡ଼ ସରକାର ସମସ୍ତ ତଥ୍ୟ ଉପଯୁକ୍ତ ପ୍ରମାଣ ସହ ରଖିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଛତିଶଗଡ଼ରୁ ମହାନଦୀ ବାହାରିଥିଲେ ହେଁ ଏହା କେବଳ ୩.୫ ପ୍ରତିଶତ ଜଳ ବ୍ୟବହାର କରୁଥିବା ବେଳେ ଓଡ଼ିଶା ୧୪ ପ୍ରତିଶତ ଜଳ ଉପଯୋଗ କରୁଛି। ବାକି ୮୨ ପ୍ରତିଶତ ଜଳ ନଷ୍ଟ ହେଉଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରିଜ୍‌ମୋହନ ଅଗ୍ରୱାଲାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପୂର୍ବରୁ ଗତ ଜୁଲାଇ ୨୯ ତାରିଖରେ ଦିଲ୍ଲୀରେ ଦୁଇ ରାଜ୍ୟର ଶାସନ ସଚିବଙ୍କ ବୈଠକ ବସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos