ମହାନଦୀ ବିବାଦ: କେନ୍ଦ୍ରାପଡ଼ାରେ ବିଜେଡିର ବିକ୍ଷୋଭ

କେନ୍ଦ୍ରାପଡ଼ା: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରକଳ୍ପ କାମ ବନ୍ଦ ଦାବିରେ ଆଜି କେନ୍ଦ୍ରାପଡ଼ାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ବିକ୍ଷୋଭରେ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇଛନ୍ତି। ଏଥିରେ ବିଜେଡି ନେତାମାନେ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଉପରେ ବର୍ଷିଥିଲେ। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ତିନି […]

bjd

bjd

Rakesh Mallick
  • Published: Friday, 05 August 2016
  • Updated: 05 August 2016, 02:22 PM IST

Sports

Latest News

କେନ୍ଦ୍ରାପଡ଼ା: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରକଳ୍ପ କାମ ବନ୍ଦ ଦାବିରେ ଆଜି କେନ୍ଦ୍ରାପଡ଼ାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ବିକ୍ଷୋଭରେ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇଛନ୍ତି।

ଏଥିରେ ବିଜେଡି ନେତାମାନେ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଉପରେ ବର୍ଷିଥିଲେ।

ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ତିନି ମୁହାଣ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ଓ କଳାପତାକା ପ୍ରଦର୍ଶନ ପାଇଁ ଉଦ୍ୟମ କରାଯାଇଥିଲା। ଏହି ସମୟରେ ୮ ଜଣ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos