ମହାନଦୀ ବିବାଦ: ଛତିଶଗଡ଼ ଯିବ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର: ଜୋର ଧରିଲା ମହାନଦୀ ରାଜନୀତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦ ପରିପ୍ରେକ୍ଷୀରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ଛତିଶଗଡ଼ ଯିବ। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡିର ଏହି ପ୍ରତିନିଧି ଦଳ ସେଠାକୁ ଯିବ। ଏହି ଟିମ୍ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର କେତୋଟି ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣ ସରିଛି, ଆଉ କେତୋଟି ନିର୍ମାଣାଧୀନ ଅଛି ଏବଂ ନିର୍ମାଣର ପ୍ରସ୍ତାବ ରହିଛି […]

chhatisgarh

chhatisgarh

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 09:48 PM IST

Sports

Latest News

ଭୁବନେଶ୍ୱର: ଜୋର ଧରିଲା ମହାନଦୀ ରାଜନୀତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦ ପରିପ୍ରେକ୍ଷୀରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ଛତିଶଗଡ଼ ଯିବ। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡିର ଏହି ପ୍ରତିନିଧି ଦଳ ସେଠାକୁ ଯିବ। ଏହି ଟିମ୍ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର କେତୋଟି ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣ ସରିଛି, ଆଉ କେତୋଟି ନିର୍ମାଣାଧୀନ ଅଛି ଏବଂ ନିର୍ମାଣର ପ୍ରସ୍ତାବ ରହିଛି ସେସବୁର ତଥ୍ୟ ସଂଗ୍ରହ କରିବ। ସ୍ଥିତି ଅନୁଧ୍ୟାନ କଲା ପରେ ସେଣ୍ଟ୍ରାଲ୍ ୱାଟର କମିଶନ୍‌ ନିକଟରେ ତଥ୍ୟ ଉପସ୍ଥାପିତ କରାଯିବ ବୋଲି ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି।

ଅପରପକ୍ଷରେ ଆସନ୍ତାକାଲି ଛତିଶଗଡ଼ ଗସ୍ତରେ ଯିବାକୁ ଥିବା ଦୁଇ ଜଣିଆ ବିଶେଷଜ୍ଞ ଟିମ୍‌ର ଗସ୍ତକୁ ସ୍ଥଗିତ ରଖାଯାଇଛି। ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ସ୍ଥଗିତର କାରଣ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

କଂଗ୍ରେସର ଏକ କେନ୍ଦ୍ରୀୟ ଟିମ୍ ସପ୍ତାହେ ମଧ୍ୟରେ  ଛତିଶଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରିବ ବୋଲି ଆଜି ଭୁବନେଶ୍ୱରଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଥିଲେ। ଏ ପ୍ରସଙ୍ଗକୁ ସଂସଦରେ ଉଠାଯିବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos