ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଗାମୀ ଓଡିଶା ଏବଂ ଓଡିଶା ନଦୀ ସୁରକ୍ଷା ସାମ୍ମୁଖ୍ୟ ଚେତାବନୀ ଦେଇଛନ୍ତି।
ମହାନଦୀ ବଞ୍ଚାଅ ଆନ୍ଦୋଳନ ନାଁରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ୫ଦିନ ବ୍ୟାପୀ ଗଣଧାରଣା ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଅଗଷ୍ଟ ୬ ତାରିଖରେ ରାଜ୍ୟର ପ୍ରାୟ ୨ଶହ ଆନ୍ଦୋଳନକାରୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଯୋଗେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୮ରୁ ୧୨ତାରିଖ ଯାଏ ଗଣଧାରଣା ଦିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।