ମହାନଦୀ ବିବାଦର ସମାଧାନ ପାଇଁ ମାସକ ଭିତରେ ଗଠନ ହେବ ଟ୍ରିବ୍ୟୁନାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରତ୍ୱପୂର୍ଣ୍ଣ ରାୟ ଆସିଛି। ମାସକ ଭିତରେ ଗଠନ ହେବ ଟ୍ରିବ୍ୟୁନାଲ। କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ଚାହୁଁଥିଲେ କେନ୍ଦ୍ର ସରକାର, କିନ୍ତୁ ଓଡ଼ିଶା ଏଥିରେ ରାଜି ନ ହୋଇ ଟ୍ରିବ୍ୟୁନାଲ ସପକ୍ଷରେ ମୂଳରୁ ଦାବି ରଖି ଆସୁଥିଲା। ଆଜି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇ ଦର୍ଶାଯାଇଥିଲା ଯେ, ଛତିଶଗଡ଼ର ମନମୁଖୀ ବ୍ୟାରେଜ ନିର୍ମାଣ ଦ୍ୱାରା ଓଡିଶା କ୍ଷତିଗ୍ରସ୍ତ ହେଉଛି। ହୀରାକୁଦକୁ ଜଳପ୍ରବାହ […]

mahanadi-bridge-1

mahanadi-bridge-1

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 09:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରତ୍ୱପୂର୍ଣ୍ଣ ରାୟ ଆସିଛି। ମାସକ ଭିତରେ ଗଠନ ହେବ ଟ୍ରିବ୍ୟୁନାଲ। କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ଚାହୁଁଥିଲେ କେନ୍ଦ୍ର ସରକାର, କିନ୍ତୁ ଓଡ଼ିଶା ଏଥିରେ ରାଜି ନ ହୋଇ ଟ୍ରିବ୍ୟୁନାଲ ସପକ୍ଷରେ ମୂଳରୁ ଦାବି ରଖି ଆସୁଥିଲା।

ଆଜି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇ ଦର୍ଶାଯାଇଥିଲା ଯେ, ଛତିଶଗଡ଼ର ମନମୁଖୀ ବ୍ୟାରେଜ ନିର୍ମାଣ ଦ୍ୱାରା ଓଡିଶା କ୍ଷତିଗ୍ରସ୍ତ ହେଉଛି। ହୀରାକୁଦକୁ ଜଳପ୍ରବାହ କମିଛି।

ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ଅନୁସାରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ପାଖରେ ୨୦୧୬ ନଭେମ୍ବର ୧୯ରେ ଆବେଦନ କରିଥିଲେ ରାଜ୍ୟ ସରକାର। ଏହି ଆଇନର ଅନୁସାରେ କେନ୍ଦ୍ର ଗୋଟିଏ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବା କଥା। ତେବେ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ନୂଆ ଆଇନ ଆସୁଥିବା କହି କେନ୍ଦ୍ର ଆପୋଷ କଥାବାର୍ତ୍ତାରେ ସମାଧାନ ବାଟ ଖୋଜିବାକୁ ପରାମର୍ଶ ଦେଇଥିଲା।

ଏବେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ରାୟ ଦେବା ପରେ ଉଭୟ ବିଜେଡି ଓ ବିଜେପି ଏହାକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହ ଏହାଦ୍ୱାରା ରାଜ୍ୟର ଚାଷୀଙ୍କ ସ୍ୱାର୍ଥରକ୍ଷା ହେବ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ମହାନଦୀକୁ ନେଇ ଲାଗି ରହିଥିବା ବିବାଦରେ ନୂଆ ମୋଡ ନେଇଛି। ଏବେ ନ୍ୟାୟିକ ଲଢେଇ ଚାଲିବ। ଏବେ ପ୍ରଶ୍ନ ଉଠୁଛି, ଟ୍ରିବ୍ୟୁନାଲ ଗଠନ ସମୟ ସାପେକ୍ଷ ହୋଇଥିବାରୁ ଓଡିଶା ନ୍ୟାୟ ପାଇବ ତ?  ଛତିଶଗଡର ନିର୍ମାଣାଧୀନ ବ୍ୟାରେଜ ଉପରେ ଅଙ୍କୁଶ ଲାଗିପାରିବ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos