ମହାନଦୀ ପ୍ରସଙ୍ଗ: ବିନା ଅନୁମତିରେ ଅର୍ପା ପ୍ରକଳ୍ପର ୫୦ ପ୍ରତିଶତ କାମ ସାରିଲାଣି ଛତିଶଗଡ଼

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଡ୍ୟାମ ନିର୍ମାଣକୁ ରାଜ୍ୟ ସରକାର ଜୋରଦାର ବିରୋଧ କରୁଛନ୍ତି। ମାତ୍ର ବାସ୍ତବ ସ୍ଥିତି କିଛି। ଓଡ଼ିଶା ସରକାରଙ୍କ ପାଖରେ ଖବର ନ ଥିବା ବେଳେ ଛତିଶଗଡ଼ ସରକାର ଏହି ପ୍ରକଳ୍ପର କାମ ୫୦ ପ୍ରତିଶତ ଶେଷ କରି ସାରିଛନ୍ତି। ବିବାଦୀୟ ଅର୍ପା-ଭଇଁସାଝାର ପ୍ରକଳ୍ପ ଅଞ୍ଚଳରୁ ଓଟିଭିକୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି। ଛତିଶଗଡ଼ର ଭଇଁସାଝାର ଗାଁକୁ ଲାଗି ଅର୍ପା- ଭଇଁସାଝାର ପ୍ରକଳ୍ପକୁ ନେଇ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ […]

mahanadi

mahanadi

Rakesh Mallick
  • Published: Wednesday, 27 July 2016
  • Updated: 27 July 2016, 10:39 PM IST

Sports

Latest News

mahanadiଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଡ୍ୟାମ ନିର୍ମାଣକୁ ରାଜ୍ୟ ସରକାର ଜୋରଦାର ବିରୋଧ କରୁଛନ୍ତି। ମାତ୍ର ବାସ୍ତବ ସ୍ଥିତି କିଛି। ଓଡ଼ିଶା ସରକାରଙ୍କ ପାଖରେ ଖବର ନ ଥିବା ବେଳେ ଛତିଶଗଡ଼ ସରକାର ଏହି ପ୍ରକଳ୍ପର କାମ ୫୦ ପ୍ରତିଶତ ଶେଷ କରି ସାରିଛନ୍ତି। ବିବାଦୀୟ ଅର୍ପା-ଭଇଁସାଝାର ପ୍ରକଳ୍ପ ଅଞ୍ଚଳରୁ ଓଟିଭିକୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି।

ଛତିଶଗଡ଼ର ଭଇଁସାଝାର ଗାଁକୁ ଲାଗି ଅର୍ପା- ଭଇଁସାଝାର ପ୍ରକଳ୍ପକୁ ନେଇ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ମୁହାଁମୁହିଁ ହୋଇଛନ୍ତି। ଅର୍ପା ନଦୀ ଉପରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାମ ବର୍ତ୍ତମାନ ବର୍ଷା ପାଇଁ ବନ୍ଦ ଥିଲେ ମଧ୍ୟ ପ୍ରାୟ ୫୦ ପ୍ରତିଶତ ଶେଷ ହୋଇସାରିଛି।

ପ୍ରକଳ୍ପ ପାଇଁ ୬୦୬ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ୨୦୧୩ରୁ ଆରମ୍ଭ ହୋଇଥିବା ପ୍ରକଳ୍ପ କାମ ୨୦୧୬ ସେପ୍ଟେମ୍ବର ୧୨ ସୁଦ୍ଧା ଶେଷ ହେବ। ସବୁଠାରୁ ବଡ଼ କଥା ହେଲା ବିନା ଅନୁମତିରେ ଛତିଶଗଡ଼ ସରକାର ଏହି ପ୍ରକଳ୍ପ ନିର୍ମାଣ କରୁଛନ୍ତି। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଲୋକସଭାରେ ଏ କଥା ସ୍ପଷ୍ଟ କରିଛନ୍ତି।

ଏହି ପ୍ରକଳ୍ପ ପାଇଁ ୨୦୧୫ରେ ଛତିଶଗଡ଼ ସରକାର ଓଡ଼ିଶାକୁ ଡିପିଆର ଦେଇଥିଲେ। ଏହି ପ୍ରକଳ୍ପ ହେଲେ ମହାନଦୀ ଜଳ ପ୍ରବାହ ପ୍ରଭାବିତ ହେବ ବୋଲି ଓଡ଼ିଶା ସରକାର କହୁଛନ୍ତି। ତେବେ ଛତିଶଗଡ଼ ସରକାର ଓଡ଼ିଶାର ଏପରି ଅଭିଯୋଗକୁ ଖଣ୍ଡନ କରି ଚାଲିଛନ୍ତି।

କେବଳ ଓଡ଼ିଶା ନୁହେଁ ଏହି ପ୍ରକଳ୍ପକୁ ଛତିଶଗଡ଼ର ସ୍ଥାନୀୟ ବାସିନ୍ଦା ମଧ୍ୟ ବିରୋଧ କରୁଛନ୍ତି। ଏହି ପ୍ରକଳ୍ପ ହେଲେ ସେମାନଙ୍କର କିଛି ଲାଭ ହେବ ନାହିଁ ବୋଲି ଅଭିଯୋଗ କରିଛନ୍ତି। ପ୍ରକଳ୍ପ ହେଲେ ବହୁ ଲୋକଙ୍କ ଜମି ଚାଲିଯିବ ବୋଲି ସେମାନେ କହିଛନ୍ତି।

ଭଇଁସାଝାର ଗ୍ରାମର ଜଣେ ବାସିନ୍ଦା କହିଛନ୍ତି, “ଏହାଦ୍ୱାରା ଆମର କିଛି ଲାଭ ହେବ ନାହିଁ। ଚାଷ କରି ଯାହା ଅମଳ କରୁଥିଲୁ ସେଥିରେ ପରିବାର ଚଳୁଥିଲା। ଏବେ ସେ ଜମି ମଧ୍ୟ ଚାଲିଗଲା।”

ଭଇଁସାଝାର ଗ୍ରାମର ଅନ୍ୟ ଜଣେ ବାସିନ୍ଦା କହିଛନ୍ତି, “ବର୍ଷା ଦିନେ ଏହି ନଦୀରେ ପାଣି ଚାଲିଥାଏ। ଅନ୍ୟଦିନରେ ସୁଖା ପଡିଥାଏ। ଏହାର ଉତ୍ପତ୍ତି ସ୍ଥଳ କେଉଁଠି ଆମେ ଆମେ ଜାଣିନାହୁଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos