ମହାନଦୀ ଜଳ ବିବାଦ: ଶୁଣାଣି ଆଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ରହିଛି । ଓଡ଼ିଶା ପକ୍ଷରୁ ମୂଳ ଆବେଦନ ସହ ଅନ୍ତରୀଣ ଆବେଦନର ଏକା ସଙ୍ଗେ ଶୁଣାଣି କରିବେ ଟ୍ରିବ୍ୟୁନାଲ। ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ ମହାନଦୀ ତଳମୁଣ୍ଡରେ ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପରିମାଣ ରହୁଛି,ତାର ତଥ୍ୟ ମାଗିଥିଲା।

ଏହାସହ ଛତିଶଗଡ଼ ପକ୍ଷରୁ ୬ଟି ନିର୍ମାଣାଧୀନ ବ୍ୟାରେଜ ବନ୍ଦ ଦାବିକୁ ନେଇ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ଛତିଶଗଡ଼ ମଧ୍ୟ ଏହାର ଉତ୍ତର ରଖିସାରିଛି । ସମସ୍ତ ପକ୍ଷଙ୍କ ସତ୍ୟପାଠ ଟ୍ରିବ୍ୟୁନାଲ ପାଇସାରିବା ପରେ ଆଜି ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।