ଦେଢ଼ମାସ ହେବ ମହାନଦୀ ପାଣି ଅଟକାଇଛି ଛତିଶଗଡ଼

ଭୁବନେଶ୍ୱର: ମହାନଦୀ ପାଣିକୁ ଛତିଶଗଡ଼ ସରକାର ଅଟକାଇଛି। ଗତ ଦେଢ଼ ମାସ ହେବ କଲମା ବ୍ୟାରେଜରେ ମହାନଦୀ ପାଣିକୁ ଅଟକା ଯାଇଛି। ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପ୍ରବାହ କମିଛି। ରାଜ୍ୟ ସରକାର ଏନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଅବଗତ କରିବା ସହ ଆବଶ୍ୟକ ସ୍ଥଳେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ କଲମା ବ୍ୟାରେଜ୍‌ କରିଛି। ଏହି ବ୍ୟାରେଜରେ ଥିବା ୬୭ଟି ଗେଟରୁ ୬୬ଟି ବନ୍ଦ ରହିଥିବା […]

mahanadi

mahanadi

Rakesh Mallick
  • Published: Friday, 06 January 2017
  • Updated: 06 January 2017, 10:26 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପାଣିକୁ ଛତିଶଗଡ଼ ସରକାର ଅଟକାଇଛି। ଗତ ଦେଢ଼ ମାସ ହେବ କଲମା ବ୍ୟାରେଜରେ ମହାନଦୀ ପାଣିକୁ ଅଟକା ଯାଇଛି। ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପ୍ରବାହ କମିଛି। ରାଜ୍ୟ ସରକାର ଏନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଅବଗତ କରିବା ସହ ଆବଶ୍ୟକ ସ୍ଥଳେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି।

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ କଲମା ବ୍ୟାରେଜ୍‌ କରିଛି। ଏହି ବ୍ୟାରେଜରେ ଥିବା ୬୭ଟି ଗେଟରୁ ୬୬ଟି ବନ୍ଦ ରହିଥିବା ବେଳେ ମାତ୍ର ଗୋଟିଏ ଗେଟ୍‌ ଦେଇ ଜଳ ପ୍ରବାହିତ ହେଉଛି। ଅନ୍ୟ ସବୁ ଗେଟ୍‌ ବନ୍ଦ ଯୋଗୁଁ କଲମା ବ୍ୟାରେଜରେ ପାଣି ସଂରକ୍ଷିତ ହୋଇ ରହୁଛି। ତଳ ମୁଣ୍ଡକୁ ପାଣି ଆସୁ ନ ଥିବାରୁ ମହାନଦୀ ଶୁଖୁଥିବା ବିଜେଡି ଅଭିଯୋଗ କରିଛି। ଜଳ ପ୍ରବାହ କମି ଥିବାରୁ କଲମାଠାରୁ ଅଳ୍ପ ଦୂରରେ ଥିବା ବରଗାଁର ଲୋକେ ମଧ୍ୟ ଚାଷ କରିବା ପାଇଁ ପାଣି ପାଉନାହାନ୍ତି।

ମହାନଦୀ ପାଣି ଅଟକାଇବାକୁ ନେଇ ବିଜେଡି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଉପରେ ବର୍ଷିଛି।

ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ କହିଛନ୍ତି,“ଛତିଶଗଡ଼ର ବିଜେପି ସରକାର ମହାନଦୀକୁ ଶୁଖାଇବାକୁ ଚେଷ୍ଟା କରୁଛି। ସେମାନଙ୍କୁ ଓଡ଼ିଶା ବିଜେପି ପରୋକ୍ଷରେ ସମର୍ଥନ ଦେଉଛି। ଯଦି ରାଜ୍ୟ ସରକାରଙ୍କ ଆପତ୍ତିକୁ ସେମାନେ ବିଚାରକୁ ନ ନିଆନ୍ତି ତାହାହେଲେ ରାଜ୍ୟ ସରକାର କୋର୍ଟର ଦ୍ୱାରସ୍ଥ ହେବେ।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ମହାନଦୀ ବିବାଦକୁ ନେଇ ଚାଲିଥିବା ଲଢ଼େଇ ଦୁଇ ରାଜ୍ୟର ସରକାରଙ୍କ ମଧ୍ୟରେ ଉପସ୍ଥାପନ ହେବା କଥା। ମାତ୍ର ଏହାକୁ ନେଇ ବିଜେଡି ରାଜନୀତି କରୁଛି। ଓଡ଼ିଶା ହକ୍‌ ପାଇଁ ବିଜେପି ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos