ବିଜେପିରେ ମିଶିବେ ମହାଶ୍ୱେତା ରାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ମିଶିବେ ଓଲିଉଡ୍ ଅଭିନେତ୍ରୀ ମହାଶ୍ୱେତା ରାୟ। ଆସନ୍ତାକାଲି ଭୁବନେଶ୍ୱରରେ ସେ ବିଜେପିରେ ଯୋଗ ଦେବେ। ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ମିହିର ଦାସ ଓ ଅନୁ ଚୌଧୁରୀ ବିଜେପିରେ ମିଶିଥିଲେ। ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ମଧ୍ୟ ବିଜେପିରେ ଅଛନ୍ତି। ଗତ ନିର୍ବାଚନ ବେଳେ ମିହିର ଦାସ ବିଜେଡିରେ ମିଶି ଥିଲେ। ଏବେ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।