ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ସାର୍ପ ସୁଟର ବବୁଲ କୋଲକାତାରୁ ଗିରଫ

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ସାର୍ପ ସୁଟର ମହମ୍ମଦ ବବୁଲକୁ କୋଲକାତାରୁ ଗିରଫ କରାଯାଇଛି। କୋଲକାତାର ଖିଦିରପୁର ୱାରିସ ନଗରୀରୁ ଗିରଫ କରାଯାଇଛି। ଗିରଫ ପରେ ବବୁଲକୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଉଛି।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ର ଏବଂ ତାଙ୍କ ସହଯୋଗୀ ବସନ୍ତ ବଳ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।