ସମ୍ୱଲପୁରରେ ମହିଳା ଜଜଙ୍କ ମୃତ୍ୟୁ ଘଟଣା: ପ୍ରସବଜନିତ ମାତ୍ରାଧିକ ରକ୍ତସ୍ରାବରୁ ହୋଇଛି ମୃତ୍ୟୁ

ସମ୍ୱଲପୁର: ସମ୍ୱଲପୁର ଜେଏମ୍ଏଫସି ଚମ୍ପାବତୀ ହାତୀଙ୍କ ମୃତ୍ୟୁ ଘଟଣାରେ ପୋଲିସକୁ ଆଜି ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଏହି ରିପୋର୍ଟ ମୁତାବକ ପ୍ରସବଜନିତ ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ୪ଜଣ ବିଶେଷଜ୍ଞ ଡାକ୍ତର ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଫୋରେନସିକ୍ ମେଡିସିନ୍ ବିଭାଗର ୨ ବରିଷ୍ଠ ଡାକ୍ତର , କାର୍ଡିଓଲୋଜି ବିଭାଗ ମୁଖ୍ୟ ଓ ଅଷ୍ଟ୍ରିକ ଗାଇନାକୋଲୋଜି ବିଭାଗର ସହକାରୀ ପ୍ରଫେସରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ଏହି ରିପୋର୍ଟ ପ୍ରସ୍ତୁତ […]

sambulapur

sambulapur

Rakesh Mallick
  • Published: Saturday, 10 October 2015
  • Updated: 10 October 2015, 02:47 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ଜେଏମ୍ଏଫସି ଚମ୍ପାବତୀ ହାତୀଙ୍କ ମୃତ୍ୟୁ ଘଟଣାରେ ପୋଲିସକୁ ଆଜି ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଏହି ରିପୋର୍ଟ ମୁତାବକ ପ୍ରସବଜନିତ ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।

୪ଜଣ ବିଶେଷଜ୍ଞ ଡାକ୍ତର ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଫୋରେନସିକ୍ ମେଡିସିନ୍ ବିଭାଗର ୨ ବରିଷ୍ଠ ଡାକ୍ତର , କାର୍ଡିଓଲୋଜି ବିଭାଗ ମୁଖ୍ୟ ଓ ଅଷ୍ଟ୍ରିକ ଗାଇନାକୋଲୋଜି ବିଭାଗର ସହକାରୀ ପ୍ରଫେସରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ପ୍ରସ୍ତୁତ ହୋଇଯାଇଛି ବୋଲି ଗତକାଲି ବୁର୍ଲା ମେଡିକାଲ କଲେଜ ଅଧ୍ୟକ୍ଷ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ସମ୍ୱଲପୁରର ଏକ ଘରୋଇ ନର୍ସିଂ ହୋମରେ ପ୍ରସବ ପରେ ଏହି ମହିଳା ଜଜଙ୍କ ମୃତ୍ୟୁ ଘଟିଥିଲା।  ଚିକିତ୍ସାରେ ଅବହେଳା ଯୋଗୁଁ ଏଭଳି ଘଟିଥିବା ତାଙ୍କ ସ୍ୱାମୀ ଅଇଁଠାପାଲି ଥାନାରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos