କଳାହାଣ୍ଡି ପୋଲିସ ନିକଟରେ ମହିଳା ମାଓବାଦୀର ଆତ୍ମସମର୍ପଣ

କଳାହାଣ୍ଡି: କଳାହାଣ୍ଡି ପୁଲିସ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି। ତାଙ୍କ ନାଁ କଲମ ଦେଈ ମାଝୀ। ସେ ଗତ ଏକ ବର୍ଷ ଧରି ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ସେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନରେ କାମ କରୁଥିଲେ। ସିସିଏମ ମୋଡେମ ବାଲକ୍ରିଷ୍ଣାନ ଓରଫ ମନୋଜଙ୍କ ମାଧ୍ୟମରେ ପ୍ରଭାବିତ ହୋଇ ମାଓବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ତେବେ ମାଓବାଦୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେ ମାଓ ସଂଗଠନ ଛାଡିଥିବା କଲମ ଦେଈ କହିଛନ୍ତି।