କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡେରିକି ଗାଁରେ ଜଣେ ମହିଳା ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ମନୋରମା ସେଠୀ। ଗୁରୁତର  ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କ କଟକ ସ୍ଥାନାନ୍ତର କରାଯାଇଛି।

ଗତ ୨ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ମନୋରମାଙ୍କ ସ୍ୱାମୀ ଚେନ୍ନାଇରେ ରହନ୍ତି। ଘରୋଇ କଳହ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।