ମହିଳା ଓଏଏସଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ମାମଲା: ଗିରଫ ପ୍ରେମାନନ୍ଦଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବରିଷ୍ଠ ଓଏଏସ ଅଫିସର ପ୍ରେମାନନ୍ଦ ଖୁଣ୍ଟିଆଙ୍କୁ ସୋମବାର ରାତି ୧୦ଟା ୨୫ରେ ଗିରଫ କରିଥିଲା କମିଶନରେଟ ପୋଲିସ। କିନ୍ତୁ ତା’ପରେ ତାଙ୍କୁ ଏସଡିଜେଏମ କୋର୍ଟରୁ ମିଳିଛି ଜାମିନ୍। ମହିଳା ଓଏଏସ ଅଫିସରଙ୍କୁ ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ପଠାଇଥିବା ନେଇ ଗତ ଶନିବାର ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ନିର୍ଦ୍ଦେଶକ ଅଛନ୍ତି ପ୍ରେମାନନ୍ଦ […]

premanada

premanada

Rakesh Mallick
  • Published: Monday, 12 October 2015
  • Updated: 12 October 2015, 06:10 PM IST

Sports

Latest News

premanadaଭୁବନେଶ୍ୱର: ବରିଷ୍ଠ ଓଏଏସ ଅଫିସର ପ୍ରେମାନନ୍ଦ ଖୁଣ୍ଟିଆଙ୍କୁ ସୋମବାର ରାତି ୧୦ଟା ୨୫ରେ ଗିରଫ କରିଥିଲା କମିଶନରେଟ ପୋଲିସ। କିନ୍ତୁ ତା’ପରେ ତାଙ୍କୁ ଏସଡିଜେଏମ କୋର୍ଟରୁ ମିଳିଛି ଜାମିନ୍। ମହିଳା ଓଏଏସ ଅଫିସରଙ୍କୁ ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ପଠାଇଥିବା ନେଇ ଗତ ଶନିବାର ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର ନିର୍ଦ୍ଦେଶକ ଅଛନ୍ତି ପ୍ରେମାନନ୍ଦ ଖୁଣ୍ଟିଆ। ସେ ନିଜ ମୋବାଇଲରେ ଏକ ଅଶ୍ଳୀଳ ଭିଡିଓ ଜଣେ ମହିଳା ଓଏଏସ୍ ଅଧିକାରୀଙ୍କ ପାଖକୁ ପଠାଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ,ମହିଳା ଓଏଏସ୍ ଜଣଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶିଶୁ ସୁରକ୍ଷା ସେଲର ଜଣେ ଅଧିକାରୀ। ସେ ଏଭଳି ଭିଡିଓ ପାଇବା ପରେ କାର୍ଯ୍ୟନୁଷ୍ଠାନ ଦାବିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos