ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଅନୁଷ୍ଠିତ ହେଉଛି। ଏଥିଲାଗି ଶ୍ରୀମନ୍ଦିରରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଗୁରୁବାର ରାତିରେ ଶ୍ରୀଜିଉଙ୍କ ନଅବାଙ୍କ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା। ଚତୁର୍ଦ୍ଧା ବିଗ୍ରହଙ୍କୁ ନଅବାଙ୍କ ବେଶରେ ବିଭୂଷିତ କରାଯାଇଛି। ନବକଳେବର ପରେ ମହାପ୍ରଭୂଙ୍କର ଏହା ପ୍ରଥମ ନଅବାଙ୍କ ବେଶ। ଗତରାତିରେ ବଡଶୃଙ୍ଗାର ବେଶ ପରେ ଏହି ନୀତି ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ଭାବେ ଗେଣ୍ଡୁ ଫୁଲରେ ମାଳା ତିଆରି କରାଯାଇ ଏହି ବେଶ କରାଯାଇଥିଲା। ପରମ୍ପରା ଅନୁସାରେ ଗେଣ୍ଡୁମାଳକୁ ବଡ ଡ଼ିଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ।