ଆଜି ମକର ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଆଜି ଦିନରେ ମକର ପର୍ବ, ପୋଙ୍ଗଲ ଓ ଟୁସୁ ପାଳନ କରାଯାଉଛି। ତେଲୁଗୁ ଭାଷାଭାଷୀମାନେ ପୋଙ୍ଗଲ ପାଳନ କରୁଛନ୍ତି। ଦକ୍ଷିଣ ଓଡ଼ିଶାରେ ତିନିଧରି ଏହି ପର୍ବ ପାଳନ କରାଯାଏ। ଉତ୍ସବରେ ପ୍ରଥମ ଦିନରେ ବୋଗି ବା ଲୋହରୀ ପାଳନ ହୁଏ। ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଲୋକେ ଲୋହରୀ ପାଳନ କରିଥିଲେ। ସମସ୍ତେ ନୂଆବସ୍ତ୍ର ପିନ୍ଧି ନୂଆ ଚାଉଳ ଡାଲିରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଖାଦ୍ୟ ପିତୃପୁରୁଷଙ୍କୁ ଅର୍ପଣ କରିବା ପରେ ଖାଇବାର ପରମ୍ପରା ରହିଛି।

ଉତ୍ତର ଓଡିଶାରେ ଟୁସୁ ଓ ମକର ପର୍ବ ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ମକର ମେଳାର ଆୟୋଜନ କରାଯାଇଛି। ଏହା ଏକ କୃଷିଭିତ୍ତି ଗଣପର୍ବ ହୋଇଥିବାରୁ ଚାଷୀ ପରିବାରରେ ପାଛିଆ, ଟୋକେଇ, ଗୌଣି ଓ ମାଣ ଆଦିକୁ ଲିପାପୋଛା କରାଯାଇଥାଏ। ମକର ଦିନ ସକାଳୁ ଖଳାର ମହି ଖମ୍ୱ ନିକଟରେ ଲିପାପୋଛା କରି ଝୋଟି ପକାଯାଏ। ଗୃହିଣୀମାନେ ପୂଜା କରି ନିଆରା ମିଷ୍ଟାନ୍ନ  ଭୋଗ ଲଗାଇଥାନ୍ତି। ପୂଜାପରେ ସମସ୍ତେ ପ୍ରସାଦ ସେବନ କରିଥାନ୍ତି। ପରେ ଠାକୁର ଘରେ ଖୁଦମଳୁଖ ପୂଜା କରାଯାଏ।

ଆହୁରି ପଢ଼ନ୍ତୁ

ଆଜିଠୁ ୮ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌

ଆଜିଠୁ ପ୍ରବଳ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ

୫୦ % କର୍ମଚାରୀରେ କାମ କରିବେ ବ୍ୟାଙ୍କ, ବୀମା ଓ ଅର୍ଥଲଗାଣ ସଂସ୍ଥା

ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଟ୍ରକ୍‌, ମୃତ୍ୟୁର ଫାଶରେ ଫସିଗଲେ ଡ୍ରାଇଭର

ଏମିତି ବି ଆସେ ମୃତ୍ୟୁ! ସୁଦ୍ଧିକ୍ରିୟାରୁ ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ

ମନ୍ଦିର ନଖୋଲିଲେ ଟଙ୍କା ଦିଅ, ମାସିକ ପନ୍ଦର ହଜାର ଦାବି  

ରେଷ୍ଟୁରାଣ୍ଟ ଖୋଲିବ, କେବଳ ହୋମ୍‌ ଡେଲିଭରି

ସାଂଘାତିକ୍‌ ଅଭିଯୋଗ: ଏମକେସିଜିରେ ମିଳୁନି ଅମ୍ଲଜାନ, ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ

ଗ୍ରୀଡ୍‌ ଷ୍ଟେସନରେ ଅଗ୍ନିକାଣ୍ଡ

ଭୟାନକ ହେଲାଣି ଗଞ୍ଜାମରେ କରୋନା ପରିସ୍ଥିତି: ନିରଞ୍ଜନ

କଟକଣାକୁ ଫୁ’: ବଙ୍ଗଳା ମରାମତିରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖଇରାତ

ଆଉ ଖେଳିବେନି ରକ୍ତର ହୋଲି, ରକ୍ଷା ବନ୍ଧନରେ ଭଉଣୀକୁ କଥା ଦେଲେ ଭାଇ