ବାହାରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବେ, ୭ ଦିନ ହୋମ୍ ଆଇସୋଲେସନ

ମାଲକାନଗିରି (ଓଡ଼ିଶା ରିପୋର୍ଟର) କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ କଡ଼ା କଟକଣା କରିଛି।  ରାଜ୍ୟ ବାହାରରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବାକୁ ପଡ଼ିବ । ତାସହିତ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ।  ଯିଏ ରାଜ୍ୟ ବାହାରକୁ ଯିବ, ସେ ମଧ୍ୟ ନୋଡାଲ ଅଫିସରଙ୍କୁ ଜଣାଇବେ।  ଓଡ଼ିଶା-ଛତିଶଗଡ଼ ଚାଲାନଗୁଡ଼ାରେ ଚେକିଂ କରାଯାଉଛି ।  ବଡ଼ଯାତ୍ରା ଆରମ୍ଭ ହୋଇଥିବାରୁ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।

ତେବେ ଏହି ନିୟମ ପରେ ଲୋକେ କିଛିଟା ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ କହିଛନ୍ତି, ଲୋକଙ୍କ ଭଲ ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ   କରାଯାଛି। ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ ।

ମାଲକାନଗିରିରେ ବଡ ଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।